ବ୍ରହ୍ମପୁର,୧/୫,(ହିମାଂଶୁ ଶେଖର ସାବତ):ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପରିଚାଳନାରେ ମସିହାଖାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି l ଶ୍ରମିକଙ୍କ ଅଧିକାର,ସୁରକ୍ଷା ଓ ଉପଯୁକ୍ତ ପାରିଶ୍ରମିକ, ଆଇନ ରେ ଉଲ୍ଲେଖ ଥିବା ସମସ୍ତ ସୁବିଧା ସୁଯୋଗ,ବିଭିନ୍ନ ଆଇନଗତ କାର୍ଯ୍ୟବଳୀ ଆଦି ବିଷୟ ଉପରେ ସ୍ଥାନୀୟ ଶ୍ରମିକ ମାନଙ୍କୁ ସଚିବ ଆଲୋକପାତ କରିଥିବା ବେଳେ ଉପସ୍ଥିତ ସମସ୍ତଙ୍କୁ ଆଇନ ସେବା ପ୍ରାଧିକରଣର ଆଇନ ସହାୟତା ଆବେଦନ ଫର୍ମ ବଣ୍ଟନ କରାଯାଇଥିଲା l ଡିଜିଟାଲ୍ ଯୁଗରେ ଶ୍ରମିକଙ୍କ ମାନସିକ ସ୍ବାସ୍ଥ୍ୟ ଓ ସାମାଜିକ ନ୍ୟାୟ ପ୍ରଦାନ ସହ ସୁରକ୍ଷିତ ପରିବେଶରେ ୮ ଘଣ୍ଟା ଶ୍ରମ ନିୟମ ଲାଗୁ କରିବା ଚଳିତବର୍ଷ ଏହି ଶ୍ରମିକ ଦିବସର ଥିମ୍ ରଖାଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଆଇନଜୀବୀ ବୈରାଗୀ ପାତ୍ର ସହଯୋଗ କରିଥିଲେ ଏବଂ ବହୁ ସ୍ଥାନୀୟ ମହିଳା ଓ ପୁରୁଷ ଶ୍ରମିକ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l

