ପୁରୁଷୋତ୍ତମପୁର,୨/୫,(ଶୁଭଙ୍କରୀ ଦାଶ):ଗଞ୍ଜାମ, ପୁରୁଷୋତ୍ତମପୁର ଠାରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ, ଆଇସିସି ଏବଂ ଜୁଓଲୋଜି ବିଭାଗଙ୍କ ଯୁକ୍ତ ଉଦ୍ୟମରେ ଗୋଟିଏ ସେମିନାର ଆୟୋଜିତ ହୋଇଥିଲା। ଏହି ସଭାରେ ଭାରପ୍ରାପ୍ତ ପ୍ରଧାନାଚାର୍ଯ୍ୟ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ନମ୍ରତା ମିଶ୍ର, ଶକ୍ତିଶ୍ରୀ ସଞ୍ଜୋଜିକା, କାର୍ଯ୍ୟକ୍ରମର ସମନ୍ୱୟକାରୀ ଥିଲେ।ସମ୍ବଳ ବ୍ୟକ୍ତି ଭାବେ ଡା. ଶିବ ପ୍ରସାଦ ନାହାକ ଓ ଶ୍ରୀମତୀ ଗିରିଜା ନାହାକ ଉପସ୍ଥିତ ଥିଲେ। ସେମାନେ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ବିଷୟରେ ଉପଯୋଗୀ ଉଦ୍ବୋଧନ ଦେଇଥିଲେ ଏବଂ କିଛି ମୌଳିକ ଷ୍ଟ୍ରେସ୍ କମାଇବା ଅଭ୍ୟାସର ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଡା. ଯଶୋବନ୍ତ ପାଣ (ଇତିହାସ ଅଧ୍ୟାପକ), ମିସ୍ ମୀନାକ୍ଷୀ ଦାଶ (ଆର୍ଥନୀତି ଅଧ୍ୟାପିକା), ମିସ୍ ସକମ୍ବରୀ ସାହୁ (ଶିକ୍ଷା ଅଧ୍ୟାପିକା), ଶ୍ରୀ ସିଦ୍ଧାର୍ଥ ପଣ୍ଡା (ଜୁଓଲୋଜି ଦେମୋଷ୍ଟ୍ରେଟର), ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର (ହୋମ୍ ସାଇନ୍ସ ଦେମୋଷ୍ଟ୍ରେଟର ), ଶକ୍ତିଶ୍ରୀ ସାଥୀମାନେ, ଶକ୍ତିଶ୍ରୀ ସଶକ୍ତିକରଣ ସେଲ, ଆଇସିସି ଏବଂ ଜୁଓଲୋଜି ବିଭାଗର ସଦସ୍ୟମାନେ ସହିତ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

