ଚିକିଟି,୦୨/୦୫,(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ରାଜ ଲକ୍ଷ୍ମୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଠାରେ ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଦୁଇ ହଳ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଅନୁକୁଲ୍ୟରେ ଏବଂ ଚିକିଟି ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇ ପିଲାମାନଙ୍କୁ ବିଭାଗ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଓ ବିଦ୍ୟାଳୟରେ ନିୟମିତ ଉପସ୍ଥାନ ଉପରେ ପରାମର୍ଶ ଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ମାମିନା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଭାବେ ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ, ଏବିିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠୀ, ସିଆରସିସି ଧର୍ମରାଜ ବେହେରା, ସୁଜିତ୍ କୁମାର ପାଢ଼ୀ, ଅମର ସାହୁ , ଏସଏମସି ସଭାପତି ଯୋଗଦେଇ ସମସ୍ତ ଛାତ୍ରୀଙ୍କୁ ଦୁଇହଳ ପୋଷାକ ବଣ୍ଟନ କରାଯାଇଥିଲା। ସେହିପରି ଜଗମୋହନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଥିଲା। ଅନୁଷ୍ଠିତ ସଭାରେ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ଦ୍ବାରା ସରକାରୀ ବିଦ୍ୟାଳୟ ମାନଙ୍କରେ ପିଲାମାନେ ଆକ୍ରୁଷ୍ଟ ହୋଇ ଗୁଣାତ୍ମକ ଶିକ୍ଷାବୃଦ୍ଧି ହେଉଥିବାର ଅଭିଭାବକ ମାନେ ମତପ୍ରକାଶ କରିଛନ୍ତି।

