ପୋଲସରା,୩/୫,(ଶିବ ପ୍ରସାଦ ସାହୁ):ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ୯୬ ପ୍ରତିଶତ ରିଜଲ୍ଟ ହୋଇଛି। ପୋଲସରା ବ୍ଲକରେ ମଧ୍ୟ ରିଜଲ୍ଟ ଭଲ ରହିଛି। ଇତିମଧ୍ୟରେ ପୋଲସରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜଗଦୀଶ ପାଣିଗ୍ରାହୀ ୫୭୫ ,(୯୫.୮୩ ) ରଖି ବ୍ଲକ ଟପ୍ପର ହୋଇଥିବା ବେଳେ ଆଦର୍ଶ ସାହୁ ୫୬୦, ସୌମ୍ୟ ରଞ୍ଜନ ମିଶ୍ର ୫୫୬, ଏମ୍. ଅଙ୍କିତା ପାତ୍ର ୫୪୯ , ପ୍ରତୀକ୍ଷା ଗୌଡ଼ ୫୪୬ ନଂ ରଖି ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶତ ପ୍ରତିଶତ ସଫଳତା ମଧ୍ୟରେ ଏ/ ୱାନ ୫ ଜଣ, ଏ/ ଟୁ ୧୩ ଜଣ, ବି/ ୱାନ ୧୫ ଜଣ, ବି/ ଟୁ ୯ ଜଣ, ସିରେ ୬ ଜଣ, ଡି/ରେ ୪ ଜଣ ମୋଟ ପରୀକ୍ଷାର୍ଥୀ ୫୨ ଜଣ ।କିନ୍ତୁ ପ୍ରମୁଖ ଛାତ୍ର ଛାତ୍ରୀ ମାନେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢୁଥିଲେ ମଧ୍ୟ ବର୍ତ୍ତିନି ଗୋପୀନାଥ ଉଚ୍ଚ ବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିଲେ,ଏତଦ ବ୍ୟତୀତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟ, ସାନ ବରଗାଁ ସ୍ଥିତ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ଶତ ପ୍ରତିଶତ ପରୀକ୍ଷା ଫଳ ରହିଛି। ଶିକ୍ଷକ ମାନଙ୍କୁ ଅଭିଭାବକ ମାନେ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଥିଲେ।ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ପ୍ରଧାନ ଆଚାର୍ଯ୍ଯ ସନ୍ତୋଷ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯଦୁନାଥ ମିଶ୍ର ସଭାପତି, ବିଭୂତି ଭୂଷଣ ପାତ୍ର ଖଲିକୋଟ ସଙ୍କୁଳ ପ୍ରମୁଖ, ପ୍ରମୁଖ କୁମାର ପ୍ରଧାନ ଉପସଭାପତି, ଦୁର୍ଗା ପ୍ରସାଦ ମହାପାତ୍ର ସମ୍ପାଦକ ପ୍ରମୁଖଙ୍କ ଉପସ୍ଥିତିରେ ବିଦ୍ୟାଳୟର ୫ ଜଣ ଛାତ୍ର ଛାତ୍ରୀ ଓ ଅଭିଭାବକ, ଗୁରୁଜୀ ଗୁରୁମା ମାନଙ୍କୁ ନେଇ ବିଦ୍ୟାଳୟ ପରିସର ମଧ୍ୟରେ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ପୁଷ୍ପଗୁଚ୍ଛ ଓ ମିଷ୍ଟାନ୍ନ ଦେଇ ସମ୍ବର୍ଦ୍ଧିତ କଲେ ।ସୌଦାମିନୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ

