ଫୁଲବାଣୀ,୦୫/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଳା ଅନ୍ତର୍ଗତ କ ନୂଆଗାଁ ବିଡ଼ିଓ ଶୁଭ୍ରା ଞଳୀ ପ୍ରଧାନ ନିୟମିତ ଭାବେ ପଂଚାୟତ ବାସୀ ଙ୍କ ସମସ୍ୟା ଶୁଣିବା ସହ କିଛି ସମସ୍ୟା ର ସମାଧାନ ମଧ୍ଯ କରୁଥିବାରୁ ସ୍ଥାନୀୟ ଲୋକେ ବେଶ ଖୁସ୍ l ବିଡ଼ିଓ ଶୁଭ୍ରାଞ୍ଜଳି ସୋମବାର ବ୍ଲକ୍ ଅନ୍ତର୍ଗତ ଗlନ୍ଧ୍ରିରିଗାଁ ପଂଚାୟତ ଗସ୍ତ କରି ପଂଚାୟତ ସ୍ତରୀୟଜନ ଶୁଣାଣି କରିଥିଲେ l ପ୍ରାୟ ୩୧ଟି ସମସ୍ୟା ର ସମାଧାନ କରିଥିଲେ ସେ l ସେଥି ମଧ୍ୟରୁ ୨୩ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୮ଟି ଗୋଷ୍ଠିଗତ ସମସ୍ୟା ଥିଲା l ଲୋକଂକ ଛୋଟ ମୋଟ ସମସ୍ୟା ଯାହା ବର୍ଷ ବର୍ଷ ଧରି ସମାଧାନ ହୋଈ ପାରୁନଥିଲା ତାହା ଶୁ ଭ୍ରଂlଜଳି ଚୁଟକି ରେ କରି ଦେଉଥିବାରୁ ଲକୋଙ୍କ ଖୁସି କହିଲେ ନ ସରେ l ବିଡ଼ିଓ ଶୁଭ୍ରଂlଜଳି ବିଡ଼ିଓ ଭାବେ କ ନୂଆଗାଁ ବ୍ଲକ୍ ରେ ଜଏନ କରିବା ର କମ ଦିନ ମଧ୍ୟରେ ଅଞ୍ଚଳ ର ଗମନlଗମନ, ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ସମସ୍ୟା ସମାଧାନ କରିବା ଦିଗରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା l ପଂଚାୟତ ସ୍ତରୀୟ ଜନ ଶୁଣାଣୀ ସମୟରେ ଏ ବି ଡି ଓ ପ୍ରିୟଦର୍ଶନୀ ମଲିକ, ସରପଞ୍ଚ ମନିଷା ପ୍ରଧାନ,ଜିପିଇ ଓ ସ୍ମୃତି ସାଗର ପ୍ରଧାନ, ଯୋଗାଣ ନିରୀକ୍ଷକ ପ୍ରିତୀ ରଞ୍ଜନ ବିଶ୍ଵାଳ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁ ମାଝୀ ପଡରା, ଓ ଅନ୍ୟ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମାଧାନ ପାଇଁ ଭିଡିଓ ଙ୍କୁ ସହଯୋଗ କରିଥିଲେ l

