ଫୁଲବାଣୀ,୦୭/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡା ସବ ଡ଼ିଭିଜନ ଅନ୍ତର୍ଗତ କଂଜାମେଣ୍ଡି ନୂଆଗାଁ ବ୍ଲକ ଅନ୍ତର୍ଗତ କଟାବାଲି ରେ ପାନୀୟ ଜଳ ସ ଙ୍କଟ ଦେଖାଦେଇଛି l ସେଠାରେ ଥିବା ନଳକୂପ ଅଚଳ ହୋଇପଡିଛି! କୂଅ ମଧ୍ଯ ଶୁଖିଯାଇଛି! ମହିଳା ମାନେ ବିଲ ସଂଲଗ୍ନ ଚୁଆଁ ରୁ ପାନୀୟ ଜଳ ସଂଗ୍ରହ କରି ବ୍ୟବହାର କରୁଛନ୍ତି l ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ଯ ବ୍ଲକ ପ୍ରଶାସନ କିମ୍ବା ଆର୍ ଡ ବ୍ଲୁ ଏସ ଏସବିଭାଗ ର ଦୃଷ୍ଟି ପଡୁନାହିଁ! ସରପଞ୍ଚ ଓ ସମିତି ସଭ୍ୟ ପଂଚାୟତ ସମିତି ବୈଠକ ରେ ପ୍ରଶ୍ନ ଉଠାଊ ନାହାନ୍ତି! ଜ଼ିଲ୍ଲା ପରିଷଦ ରେ ପାନୀୟ ଜଳ ସ ଙ୍କଟ ବିଷୟ ଆଲୋଚନା ହେଉନାହିଁ! ଆଉ ଲୋକପ୍ରତିନିଧି ମାନଙ୍କ କଥା ନ କହିବା ଭଲ l ସାଂସଦ ଓ ବିଧାୟକ ପାଣ୍ଠି ପାନୀୟ ଜଳ ପାଇଁ ଖର୍ଚ୍ଚ ହେଉ ନାହିଁ! ପାନୀୟ ଜଳ ସଙ୍କଟ ଯେପରି ଦୂର ହେବ ସେଥି ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାଲାଗି ସମାଜ ସେବୀ ଅମନ କୁମାର ନାୟକ, ଆଇନଜୀବୀ ସୌମେନ୍ଦ୍ର କୁମାର ସାହୁ, ଆଦିବାସୀ ନେତା ବିବେକାନନ୍ଦ ପ୍ରଧାନ, କ୍ଷିପ୍ର ନ୍ୟାୟିକ ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ଏମ ଡି ଜିଆଉଦ୍ଦିନ ଓ ସମ୍ପାଦକ ତୁଷାର କାନ୍ତ ନାୟକଦାବୀ କରିଛନ୍ତି l କେବଳ ଏହି ଗୋଟାଏ ଗ୍ରାମ ନୁହେଁ କନ୍ଧମାଳ ର ଶତାଧିକ ଗ୍ରାମ ସ୍ୱଚ୍ଛ ପାନୀୟ ଜଳ ପାଇବାରେ ବଞ୍ଚିତ ହୋଇଆସୁଛନ୍ତି l

