ଫୁଲବାଣୀ,୧୩/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହରରେ ଅବସ୍ଥିତ ଅଗ୍ରଣୀ ନୃତ୍ୟ ସଙ୍ଗୀତ ଅନୁଷ୍ଠାନ ନଟରାଜ କଳା ମନ୍ଦିର ଜିଲ୍ଲାରେ କଳା ଓ ନୃତ୍ୟ,ସଙ୍ଗୀତ ର ପ୍ରଚାର ପ୍ରସାର କରି ବେଶ ପ୍ରଶଂସା ସାଉଁଟି ଛି l ୨୦୦୬ ମସିହାରେ ଆରମ୍ଭ ହୋଇଥିବା ଏହି ନୃତ୍ୟ ଅନୁଷ୍ଠାନକୁ ଏବେ ୨୦ବର୍ଷ। ଓଡିଶୀ ନୃତ୍ୟ ରେ ବିଶାରଦ ଓ ନୃତ୍ୟ ଶାସ୍ତ୍ରୀ ଯୋଗ୍ୟତା ଲାଭ କରିଥିବା ନୃତ୍ୟଶିଳ୍ପୀ ବିନୋଦ ଚନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ନିଜସ୍ଵ ବାସଗୃହରେ ମାତ୍ର ୫ ଜଣ ଶିକ୍ଷାର୍ଥୀ ଙ୍କୁ ନେଇ ଆରମ୍ଭ ହୋଇଥିଲାଏହି ନୃତ୍ୟ ଅନୁଷ୍ଠାନ l ପିଲାମାନଙ୍କୁ ଓଡିଶୀ, ସମ୍ବଲପୁରୀ, ଆଦିବାସୀ ନୃତ୍ୟ ସହିତ ସଙ୍ଗୀତ ଶିକ୍ଷା ମଧ୍ୟ ପ୍ରଦାନ କରାଗଲା। ଏହି ଅନୁଷ୍ଠାନ ର ଶୀଳ୍ପି ମାନେ ଜିଲ୍ଲା ଏବଂ ଜିଲ୍ଲା ବାହାରେ ଅନେକ ପ୍ରତିଷ୍ଠିତ ମଞ୍ଚ ରେ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି। ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ , ଗୋପାଳପୁର ବେଳାଭୂମି ମହୋତ୍ସବ ,ବୌଦ୍ଧ ମହୋତ୍ସବ, କନ୍ଧମାଳ ମହୋତ୍ସବ,ନୟାଗଡ଼ ମହୋତ୍ସବ, ସୁବର୍ଣ୍ଣ ମହୋତ୍ସବ,କେଉଁଝର ଗୋନାସିକା ମହୋତ୍ସବ, ଦିଲ୍ଲୀ ରେ ଆୟୋଜିତ ରଥଯାତ୍ରା କାର୍ଯ୍ୟକ୍ରମ, ଉତ୍କଳ ଦିବସ ଅବସରରେ ଟାଟା, ରାଞ୍ଚି, ଗୁଜୁରାଟର ଗାନ୍ଧୀନଗର, ଆଇ. ଆଇ. ଟି କାନପୁର ଭଲି ଜାତୀୟ ସ୍ତରୀୟ ମଞ୍ଚ ରେ ଆବଂ ଦୂରଦର୍ଶନରେ ମଧ୍ୟ ଓଡିଶୀ ନୃତ୍ୟ ପରିବେଷଣ କରି ଜିଲ୍ଲା ପାଇଁ ଏକ ସ୍ଵର୍ଣ୍ଣିମ ଇହିହାସ ରଚନା କରିଛନ୍ତି I ପ୍ରତ୍ୟେକ ବର୍ଷ ଏପ୍ରିଲ ୨୯ ତାରିଖରେ ବିଶ୍ଵ ନୃତ୍ୟ ଦିବସ ଅବସରରେ ରାଜ୍ୟ ଆବଂ ରାଜ୍ଯ ବାହାରର ଅନେକ ଖ୍ୟାତି ସମ୍ପନ୍ନ କଳାକାରଙ୍କୁ ନେଇ ଫୁଲବାଣୀ ସହରରେ ନଟରାଜ ନୃତ୍ୟ, ସଙ୍ଗୀତ ଓ ଚିତ୍ର ଉତ୍ସବ ଏହି ଅନୁଷ୍ଠାନ ଦ୍ଵାରା ଆୟୋଜିତ ହୋଇଆସୁଛି I ଏହି ଅନୁଷ୍ଠାନ ର ନୃତ୍ୟ ଶିକ୍ଷକ ବିନୋଦ ଚନ୍ଦ୍ର ସାହୁ ଦୂରଦର୍ଶନ ର ଏକକ ଓଡିଶୀ ନୃତ୍ୟ ଶିଳ୍ପୀ ଭାବେ ବି. ହାଇ ଗ୍ରେଡ ମାନ୍ୟତା ଲାଭ କରିଛନ୍ତି। ବର୍ତ୍ତମାନ ବିନୋଦ ଚନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ଏହି ଅନୁଷ୍ଠାନ ରେ ୬୦ ଜଣ ଛାତ୍ରଛାତ୍ରୀ ନୃତ୍ୟ ଏବଂ ସ୍ଵର୍ଣ୍ଣ ଲକ୍ଷ୍ମୀ ଆଚାର୍ଯ୍ୟ ଙ୍କ ଦ୍ଵାରା ୨୫ ଜଣ ଛାତ୍ରଛାତ୍ରୀ ଙ୍କୁ ଚିତ୍ର ଶିକ୍ଷା ମଧ୍ଯ ପ୍ରଦାନ କରାଯାଉଛି I ଚଳିତ ବର୍ଷ ବରଗଡ ଧନୁଯାତ୍ରା, ବୌଦ୍ଧ ମହୋତ୍ସବ, ଭୈରବୀ ମହୋତ୍ସବ, ହରଭଙ୍ଗା ମହୋତ୍ସବ, ଅସୁରଗଡ଼ ମହୋତ୍ସବ, କନ୍ଧମାଳ ମହୋତ୍ସବ, ବାରକୋଷ ମହୋତ୍ସବ, ତୁଷାର ମହୋତ୍ସବ,ସୁଭଦ୍ରା ମେଳା , କଂଧମାଳ ଲୋକ ମହୋତ୍ସବ ଓ ବାଣୀଜ୍ୟ ମେଳା ଆଦି ଅନେକ ମହୋତ୍ସବ ରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ଓଡିଶୀ, ସମ୍ବଲପୁରୀ ଏବଂ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଛି। ଭବିଷ୍ୟତ ଆହୁରି ଅନେକ କଳାକାର ସ୍ରୁଷ୍ଟି କରି ଜିଲ୍ଲାର ସମସ୍ତ ସହରରେ ଓଡିଶୀ ନୃତ୍ୟ ର ପ୍ରଚାର ପ୍ରସାର କରିବା ଦିଗରେ ଚେଷ୍ଟା ଚାଲିଛି। ତେବେ ଏଯାଏଁ ସରକାର ଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳିନି l ଆଗlମୀ ଦିନରେ ସରକାର ସହାୟତା ଯୋଗlଇ ଦେଲେ ନୃତ୍ୟ ଓ ସଂଗୀତ କ୍ଷେତ୍ର ରେ ଆଗକୁ ବଢ଼ିପାରନ୍ତା ବୋଲି କଳାକାର ମାନେ ମତ ବ୍ୟକ୍ତ କରିଛନ୍ତି l

