ଫୁଲବାଣୀ,୧୩/୦୫,(ସୁନୀଲ ପଟ୍ଟନାୟକ):ଠାକୁରାଣୀ ଯାତ୍ରା ରେ ଶେଷ ଦଶ ଦିନ ଶ୍ରଦ୍ଧାଳୁ ଙ୍କର ପ୍ରବଳ ଜନସମାଗମ ହେଉଥିବାବେଳେ ଶେଷ ସାତ ଦିନ ଧରି ଲକ୍ଷାଧିକ ଲୋକଙ୍କ ଭିଡ଼ ହେବ!ତେବେ ଟ୍ରାଫିକ ନିୟନ୍ତ୍ରଣ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି l ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବା ରେ ପୋଲିସ ବିଫଳ ବୋଲି ସର୍ବ ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି l ସହର ମଧ୍ୟକୁ ଦୁଇ ଚକିଆ ଯାନ ଛଡା ହେଉ ନାହିଁ! ଲୋକଙ୍କୁ ଦୁଇ କିମି ଦୂର ଟାଉନ ସାରକୁଲାର ରୋଡ଼ରେ ବୁଲିବାକୁ ପଡୁଛି! ବିଶେଷ କରି ଖବର ସଂଗ୍ରହ କରୁଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ଛଡା ଯାଉ ନାହିଁ! କାର୍ଯ୍ୟ ରତ ସାମ୍ବାଦିକ ମାନଂକୁ କନ୍ଧମାକ ମହୋ ତ୍ସବ ରେ ଯେଭଳି ସ୍ୱତନ୍ତ୍ର ଗାଡି ପାସ ଦିଆ ଯାଉଛି ସେଭଳି ଠାକୁରାଣୀ ଯାତ୍ରାରେ ମଧ୍ୟ ପାସ ପ୍ରଦାନ କରାଯିବା ଉଚିତ ଥିଲା ବୋଲି ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଓ ସମ୍ପାଦକ ତ୍ରିନାଥ ସାହୁ କହିବା ସହିତ ପୋଲିସ ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ ଓ ଟାଉନ୍ ଥାନା ଆଇ ଆଇ ସି ଙ୍କୁ ଦୃଷ୍ଟି ଦେବା ଲାଗି ଅନୁରୋଧ କରିଛନ୍ତି l ଗତକାଲି ଯାତ୍ରାରେ ବାଣ ଫୁଟାଇବା ବେଳେ ଜଣେ ମହିଳା ଓ ନାବାଳକ ଆହତ ହୋଇଥିଲେ! ସାମ୍ବାଦିକ ମାନେ ସେହି ତଥ୍ୟ ସଂଗ୍ରହ କରି ପାରିଲେନାହିଁ! ଠାକୁରାଣୀ ନିର୍ଦ୍ଧାରିତ ରାସ୍ତାରେ ଗଲାପରେ ମଧ୍ୟ ଅନ୍ୟାନ୍ୟ ଲିଙ୍କ ରୋଡ଼ କୁ ଜାଣି ଶୁଣି ଖୋଲା ଯାଉନାହିଁ! ଗାନ୍ଧୀ ଛକରୁ ଡି ଆର ଡି ଏ ଆଡକୁ ଛଡା ଯାଉନାହିଁ! ଗାନ୍ଧିଛକ ରୁ ଵସଷ୍ଟାଣ୍ଡ ଦେଇ ଗଲାବେଳେ ଅନାବଶ୍ୟକ ଭାବେ ଖଲିଆ ବନ୍ଧ ନିକଟରେ ସ୍କୁଟି ଓ ବାଇକ ଛଡା ଯାଉ ନାହିଁ! ଲୋକେ ଫୁଲବାଣୀ ସାହିଦେଇ ମେଡିକାଲ ଯାଉଛନ୍ତି l କଲେକଟରରେଟ ର ଏଡି ଏମଓ ଛକ ରେ ପୋଲିସ ଛାଡୁ ନାହିଁ! ସେଠାରୁ ପିଅନ ପଡା ଦେଇ ପୋଷ୍ଟ ଅଫିସ ବ୍ରାହ୍ମଣ ସାହିରେ ବାଇକ ରଖି ଅଧ କିମି ଚାଲି ଚାଲି ଲୋକେ ମୁଖ୍ୟ ବଜାର କୁ ଯାଇ ଜିନିଷ ପତ୍ର କିଣି ବାକୁ ପଡୁଛି! ମାଡିକୁନ୍ଦାରେ ରେ ଗାଡି ଛାଡିଲେ ଗୋପ ବନ୍ଧୁ ଛକରେ ଛାଡୁ ନାହାନ୍ତି କାରଣ ମାଡିକୁନ୍ଦାରେ ଗାଡି ଛଡା ହେଲା ବୋଲି ତଳ ଗୋପ ବନ୍ଧୁ ଛକରେ ଖବର ନଥାଉଛି! ଜଣେ କେହି ପୋଲିସ ଅଫିସର ଖବର ଦେବା ବା ନିର୍ଦେଶ ଦେବାର ଆବଶ୍ୟକତା ରହିଁଛି! ଗୋଟିଏ ରୁଟରେ ଠାକୁରାଣୀ ଗଲାପରେ ଅନ୍ୟ ଦଶଟି ରୁଟ ବନ୍ଦ କରିବାର ଆବଶ୍ୟକତା ନାହିଁ ବୋଲି ପ୍ରେସ କ୍ଲବ ସଭାପତି ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି! ଯାତ୍ରା କମିଟି ପକ୍ଷରୁ କିମ୍ବା ପୋଲିସ ପକ୍ଷରୁ ଥାନା ସମ୍ମୁଖ ଶିଶୁ ପାର୍କ ର ବିସ୍ତିର୍ଣ ଖୋଲା ପଡିଆରେ ପାର୍କିଙ୍ଗ ଷ୍ଟାଣ୍ଡ କରାଗଲେ ଶ୍ରଦ୍ଧାଳୁ ଓ ସର୍ବସା ଧାରଣ ଉପକୃତ ହୁଏନ୍ତେ ଓ ଟ୍ରାଫିକ ବ୍ୟବସ୍ଥା ଠିକ ରୁହନ୍ତା ବୋଲି ପଟ୍ଟନାୟକ ଆହୁରି ପ୍ରକାଶ କରିଛନ୍ତି

