ବୁଗୁଡ଼ା,୧୪/୫,(କୁମୁଦ ଚନ୍ଦ୍ର ବେହେରା):ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବୁଗୁଡ଼ା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାମର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ବୁଗୁଡ଼ା ପିପୁଲ୍ସ କଲେଜ ଅତିରିକ୍ତ ଶ୍ରେଣୀ ଗୃହ, ଅରଖ ପୁର ପଞ୍ଚାୟତର ଖରିଡ଼ା ଗ୍ରାମରେ ନିର୍ମିତ ସ୍ଵାସ୍ଥ୍ୟ ଉପ କେନ୍ଦ୍ର, ଆରଣପୁର ଗ୍ରାମର କଲ୍ୟାଣ ମଣ୍ଡପ, ବାଲିପଦର ପଞ୍ଚାୟତର ମିଶନ ଶକ୍ତି ଗୃହ, ଜିପିଏଲ୍ଏଫ୍ ଗୃହ, ବାଲିପଦର ହାଇସ୍କୁଲର ଏକ ନୂତନ ଶ୍ରେଣୀ ଗୃହ ଉଦ୍ଘାଟନ କରିଥିଲେ । ଏଥ୍ସହ ମନ୍ତ୍ରୀ ମୋଟାବଡି ପଞ୍ଚାୟତର ଡାକରାବାଡ଼ି କାଳୀ ମନ୍ଦିରର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉଦ୍ଘାଟିତ ଏହି ପ୍ରକଳ୍ପ ଦ୍ୱାରା ଆଗାମୀ ଦିନରେ ଅନେକ ଲୋକ ଉପକୃତ ହେବା ନେଇ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସଞ୍ଜୟ କୁମାର ଜେନା, ହରିକୃଷ୍ଣ ସାହୁ, ଗଙ୍ଗାଧର ନାୟକ, ଟୁକୁନା ଜେନା, ଭଗବାନ ଜେନା, କାର୍ତ୍ତିକ କୁମାର ମଣ୍ଡଳଙ୍କ ସମେତ ଅଞ୍ଚଳର ବିଭିନ୍ନ ବର୍ଗର ଲୋକ ଏବଂ ବିଜେପିର କର୍ମକର୍ତ୍ତାଗଣ, ଗ୍ରାମବାସୀ ଉପସ୍ଥିତ ଥିଲେ।

