ଫୁଲବାଣୀ,୧୪/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାକ ଜି ଏନଏମ ତାଲିମ କେନ୍ଦ୍ର ରେ ଆନ୍ତର୍ଜାତୀୟ ନର୍ସିଙ୍ଗ ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେବା ମନୋଭାବ ରଖି କାର୍ଯ୍ୟ କରିବା ପାଈଁ ପରାମର୍ଶ ଦେଇଥିଲେ l ଫ୍ଲୋ ରେନ୍ସ ନାଇଟଙ୍ଗେଲ ଓ ମଦର ଟେରେସା ଙ୍କ ନୀତି,ଆଦର୍ଶ ଓ ସମର୍ପଣ ମନୋଭାବ ରଖି କାର୍ଯ୍ୟକଲେ ନର୍ସିଂ ଜୀବନ ସାର୍ଥକ ହେବ ବୋଲି ଆହୁରି କହିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଫୁଲବାଣୀ ମେଡିକାଲ କଲେଜ ର ଡିନ ଡ଼ ନରେନ୍ଦ୍ର ବେହେରା ଯୋଗ ଦେଇ ନର୍ସିଙ୍ଗ ଏକ ସେବା ପ୍ରଦାନ ମହତ ଓ ମର୍ଯ୍ୟାଦାପୁର୍ଣ କାର୍ଯ୍ୟ ବୋଲି କହିଥିଲେ! ସଠିକ ତାଲିମ, ନିଷ୍ଠାପର କର୍ତବ୍ୟ ସାଙ୍ଗକୁ ରୋଗୀ ଚିକିତ୍ସା ଜନିତ ସେବାରେ ଜ୍ଞାନର ଆବଶ୍ୟକତା ଆଜି ଦିନରେ ଜରୁରୀ ହୋଇ ପଡିଛି ବୋଲି ଶ୍ରୀ ବେହେରା କହିଥିଲେ! ମୁଖ୍ୟ ବକ୍ତା ଡ଼ ଅକ୍ଷୟ କୁମାର ସାହୁ ମଧ୍ୟ ନର୍ସିଙ୍ଗ ପ୍ରଫେସନ ଏକ ଚେଲେଞ୍ଜ ଓ ସେବା ମନୋଭାବ ଏକ ମହତ କାର୍ଯ୍ୟ ବୋଲି କହିଥିଲେ l ଏହି ପ୍ରଫେସନ କୁ ଚାକରି ନଭାବି ଏକ ମାନବ ସେବା ବୋଲି ଗ୍ରହଣ କରିବାକୁ ପଡିବ!ରୋଗୀଙ୍କ ପ୍ରତି ଉତ୍ତମ ଆଚରଣ ପ୍ରଦର୍ଶନ କଲେ ରୋଗୀ ଉପଶମ ଅନୁଭବ କରେ ବୋଲି ଶ୍ରୀ ସାହୁ ଭାଷଣ ପ୍ରସଙ୍ଗରେ କହିଥିଲେ!ପୀରକୁଡି ସରପଞ୍ଚ ଉମାଚରଣ ମଲିକ କହିଲେ ଯେ ନର୍ସ ର ସେବା ରୋଗୀ ର ଜୀବନ ବଞ୍ଚାଇ ଥାଏ l ଖଜୁରୀପଡା ତହସିଲଦାର ଶୁଭଶ୍ରୀ ରଥ ନର୍ସିଙ୍ଗ ପ୍ରଫେସନ ଏକ ଦାୟିତ୍ୱ,ନିଷ୍ଠାବାନ ଓ ନିସ୍ଵାର୍ଥପର ସେବା ବୋଲି କହିଥିଲେ! ଅଜିତ କୁମାର ଦାସ (ନିର୍ଦେଶକ କେ ଜି ଏନ ଏମ ଟି ସି ) ଓ ଅଧ୍ୟକ୍ଷା ଶୁଭଶ୍ରୀ ପାତ୍ର ଦୀର୍ଘ ବର୍ଷ ଧରି ଏହି ଅନୁଷ୍ଠାନ କିଭଳି ଶତାଧିକ ଛାତ୍ର ଛାତ୍ରୀ ଙ୍କୁ ଉଚିତ ଶିକ୍ଷା ଦାନ କରିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ ଡ଼ାକ୍ତରଖାନା ରେ ନିଯୁକ୍ତି ପ୍ରଦାନ ର ବ୍ୟବସ୍ତା କରି ଆତ୍ମ ନିର୍ଭର ଶିଳ କରି ଛନ୍ତି ସେ ନେଇ ବକ୍ତବ୍ୟ ରଖିଥିଲେ! ବିଭିନ୍ନ ପ୍ରତିଯୋଗିତାର କୃତୀ ନର୍ସିଙ୍ଗ ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା! ଶେଷରେ ସଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ପରେ କନ୍ଧମାଳ ଜି ଏନ୍ ଏମ ଛାତ୍ରୀ ମାନେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସୂଚନା ଯୋଗ୍ୟ ଯେ, ନିର୍ଦେଶକ ତଥା ବରିଷ୍ଠ ସମାଜ ସେବୀ ଅଜିତ କୁମାର ଦାସ ଓ ସଧାରଣ ପରିଚାଳକ ତଥା ଜଣା ଶୁଣl ସମାଜ ସେବୀ ସନ୍ତୋଷ କୁମାର ମିଶ୍ର ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା,କାର୍ଯ୍ୟ ଦକ୍ଷତା ଓ ସଚ୍ଚୋଟତା ଯୋଗୁଁ ଦୀର୍ଘ ବର୍ଷ ଧରି ଫୁଲବାଣୀ ରେ କମ ମୂଲ୍ୟରେ ଜି ଏନ୍ ଏମ ଟ୍ରେନିଙ୍ଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚ ମାନର ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କୁ ନିଯୁକ୍ତି ସୁଯୋଗ ଦେଈ ଆତ୍ମ ନିର୍ଭର ଶିଳ କରିପାରିଛନ୍ତି l ଫଳରେ ଛାତ୍ର ଛାତ୍ରୀ ମାନେ ଅନୁଷ୍ଠାନ ର ନିର୍ଦେଶକ ଅଜିତ କୁମାର ଦାସ ଓ ପରିଚାଳକ ସନ୍ତୋଷ କୁମାର ମିଶ୍ର ଙ୍କୁ ଏହି ଅବସରରେ କୃତଜ୍ଞତା ଜଣାଇଥିଲେ l

