ଫୁଲବାଣୀ,୧୮/୦୫,( ସୁନୀଲ ପଟ୍ଟନାୟକ):ସୋମବାର ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ, ଫୁଲବାଣୀ ପକ୍ଷରୁ ହୋଟେଲ ଡ୍ରିମ୍ ଲାଣ୍ଡ ଠାରେ ଏକ ମେଗା ଏସ ଏ ଚ ଜି ମେଳା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ବ୍ୟାଙ୍କ ଅଧିକାରୀ ଓ ସ୍ଥାନୀୟ ଅତିଥିମାନେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି ଏମ (ଡି ଏ) ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ଆଞ୍ଚଳିକ ପ୍ରବନ୍ଧକ ପ୍ରକାଶ ଗ୍ରହାଚାର୍ଯ୍ୟ ଓ ଲିଡ୍ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପତି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଏସବିଆଇ ଶାଖାର ୩୭ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ ୩ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା।ଏହି ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତିକରଣ, ଆର୍ଥିକ ସମାବେଶ ଓ ଗ୍ରାମୀଣ ଜୀବିକା ବିକାଶ ପ୍ରତି ଏସବିଆଇର ପ୍ରତିବଦ୍ଧତା ପୁନର୍ବ୍ୟକ୍ତ ହୋଇଛି। ଅତିଥିମାନେସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ଋଣର ସଠିକ୍ ବ୍ୟବହାର କରି ସ୍ୱାବଲମ୍ବୀ ହେବାକୁ ପ୍ରୋତ୍ସାହିତ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ଷ୍ଟେଟ ବ୍ୟାଙ୍କ୍ ଶାଖାର ଅଧିକାରୀ, ଏସ ଏ ଚଜି ସଦସ୍ୟା ଓ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଯୋଗଦେଇଥିଲେ।

