ଫୁଲବାଣୀ,୨୧/୦୫,( ସୁନୀଲ ପଟ୍ଟନାୟକ):କନ୍ଧ ମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ମଙ୍ଗଳବାର ସମସ୍ତ ୨୪ଜଣ ସରପଞ୍ଚ ଓ ସମିତି ସଭ୍ୟ ମାନେ ତାଙ୍କୁ ପ୍ରଶl ସନିକ ଅଧିକାରୀ ମାନେ ଅଣଦେଖା କରିବା ଓ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟ ସମ୍ଭନ୍ଧରେ ସୂଚନା ନ ଦେବା ପ୍ରତିବାଦରେ ବୈଠକ ବର୍ଜନ କରିଥିବା ନେଇ ଗୋଛାପଡା ସରପଞ୍ଚ ରୋହିତ କଂହର ପ୍ରକାଶ କରିଛନ୍ତି! ଫିରିଙ୍ଗିଆ ବିଡ଼ିଓ ଏକ ନିର୍ଦିଷ୍ଟ ଗୋଷ୍ଠୀର ଏଜେଣ୍ଟ ଭାବେ କାମ କରୁଛନ୍ତି ଓ ଅନ୍ୟ ଦଳର ସମିତି ସଭ୍ୟ ଓ ସରପଞ୍ଚ ଙ୍କ କଥା କୁ ଗୁରୁତ୍ବ ଦେଉ ନାହାନ୍ତି ବୋଲି ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି! ଆୟୋଜିତ ସମିତି ବୈଠକରେ ସମିତି ଅଧକ୍ଷା ନମିତା କଂହର ଙ୍କ ପୌର ହିତରେ ସଭା ଅନୁଷ୍ଠିତ ହୋଇଥିଲା! ବୈଠକରେ ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ କଂହର,ଏ ଇ ଜୟ ପ୍ରକାଶ ଜେନା ,ଶିକ୍ଷା ବିଭାଗର ବିଧାୟକ ପ୍ରତିନିଧି ସୁଶାନ୍ତ କୁମାର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଡିଗଲ ଉପସ୍ଥିତ ଥିଲେ!ଜି ପି ଇଓ ଚିତ୍ତ ରଞ୍ଜନ ଡିଗଲ ବିବରଣୀ ପାଠ କରିବା ପରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା ଓ ସରପଞ୍ଚ ଓ ସଭ୍ୟ ମାନେ ସେମାନଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରି କକ୍ଷ ତ୍ୟାଗ କରିଥିଲେ l ଫଳରେ ବୈଠକ ହୋଇ ପାରି ନଥିଲା! ପରିସ୍ଥତି ନ ସୁଧୁରିଲେ ଆଗାମୀ ବୈଠକରେ ମଧ୍ଯ ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ସରପଞ୍ଚ ମତ ଦେଉଛନ୍ତି l ତେବେ ଜିଲ୍ଲା ପାଳ ଓ ଉପ ଜିଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇ ପଡିଛି l ଏଥି ପୁର୍ବରୁ ଫୁଲବାଣୀ ବ୍ଲକ ରେ ମଧ୍ଯ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥଲା l

