କରଞ୍ଜିଆ,୨୩/୫,(ରିଙ୍କୁ ବାବୁ):ଆଜି କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର + ୬ ଷ୍ଟ ସେମିଷ୍ଟାର ଓ ପି. ଜି. ର ପରୀକ୍ଷା ଫଳ ଏକ ଶୁଭ ମୁହୂର୍ତ୍ତରେ ପ୍ରକାଶିତ ହୋଇଛି |ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ସାହୁ ଙ୍କ ଉପସ୍ଥିତିରେ ପରୀକ୍ଷା ନିୟନ୍ତ୍ରିକ ସତ୍ୟବ୍ରତ ସାହୁ ୩ଟି ବିଭାଗ କଳା, ବିଜ୍ଞାନ, ବାଣିଜ୍ୟ ଓ ପି. ଜି. ର ପରୀକ୍ଷା ଫଳ ଘୋଷଣା କରିଥିଲେ |ଏଥି ସହିତ ଊପ ପରୀକ୍ଷା ନିୟନ୍ତ୍ରିକ ଡା. କୁନୀଲ କୁମାର ବେହେରା,, ଡା. ଅବନୀକାନ୍ତ ଦାଶ, ଭୁବନେଶ୍ୱର ବାରିକ, ରଂଜିତ ବଡ଼ନାୟକ ସମେତ ମହାବିଦ୍ୟାଳୟ ର ଅନ୍ୟାନ୍ୟ ଅଧ୍ୟାପକ ଉପସ୍ଥିତ ଥିଲେ | ୨୦୨୬ ଶିକ୍ଷା ବର୍ଷରେ ହୋଇଥିବା ପରୀକ୍ଷାରେ +୩ (ୟୁ. ଜି.)କଳା ରେ ମୋଟ ୨୭୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେଥିରୁ ୨୪୨ ଜଣ କୃତକାର୍ଯ୍ୟ ହୋଇଛନ୍ତି ପ୍ରଥମ ଶ୍ରେଣୀ ରେ ୧୬୪,ଦ୍ୱିତୀୟ ଶ୍ରେଣୀ ରେ ୭୮ ଜଣ ପାସ କରିଛନ୍ତି |କଳା ରେ ୯୦.୦୩ % କୃତକାର୍ଯ୍ୟ ହୋଇଛନ୍ତି |ବିଜ୍ଞାନ ରେ ମୋଟ ୧୪୯ ପରୀକ୍ଷାର୍ଥୀ ମଧ୍ୟରୁ ୧୨୮ଜଣ କୃତ୍ୟକାର୍ଯ୍ୟ ହୋଇଛନ୍ତି |ପ୍ରଥମ ଶ୍ରେଣୀ ରେ ୧୧୧,ଦ୍ୱିତୀୟ ଶ୍ରେଣୀ ରେ ୧୭ ଜଣ କୃତ୍ୟକାର୍ଯ୍ୟ ହୋଇଛନ୍ତି |ପାସ ହାର ୮୫.୯୦% | ସେହିଭଳି ବାଣିଜ୍ୟ ରେ ମୋଟ ୪୨ ପରୀକ୍ଷାର୍ଥୀ ମଧ୍ୟରୁ ୩୧ ଜଣ କୃତ୍ୟକାର୍ୟ୍ଯ ହୋଇଛନ୍ତି, ପ୍ରଥମ ଶ୍ରେଣୀରେ ୯ଜଣ ଓ ଦ୍ୱିତୀୟ ଶ୍ରେଣୀ ରେ ୨୨ ପାସ କରିଛନ୍ତି |ପାସ ହାର ହେଉଛି ୭୩.୮୦% |ମୋଟାମୋଟି ୩ଟି ବିଭାଗରେ ୪୬୨ ପରୀକ୍ଷାର୍ଥୀ ମଧ୍ୟରୁ ୪୦୧ ଜଣ ପାସ କରିଛନ୍ତି |ପାସ ହାର ହେଉଛି ୮୬.୭୯% |ଏହି ତିନିଟି ବିଭାଗ ରେ ଟପ୍ପର ମାନେ ହେଲେ |କଳାରେ ସଂଯୁକ୍ତ ନାୟକ ସୋସିଓଲୋଜି ୨୭୫୦ ରୁ ୨୨୯୦,ବିଜ୍ଞାନ ରେ ଇତିଶ୍ରୀ ଗୋଛାୟତ, ୨୭୫୯ ରୁ ୨୫୨୦,ସେହିଭଳି ବାଣିଜ୍ୟରେ ବିଦ୍ୟୁତସ୍ମିତା ସି, ୨୭୫୦ ରୁ ୨୦୭୮ ନମ୍ବର ପାଇଛନ୍ତି |ଶ୍ରେଷ୍ଠ ଟପ୍ପର ଭାବେ ଇତିଶ୍ରୀ ଗଛାୟତ (ଫିଜିକ୍ସ ) ଙ୍କୁ ଘୋଷଣା କରାଯାଇଛି | ପି. ଜି. ବିଭାଗରେ ମୋଟ ୨୮ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୨୬ ଜଣ ପାସ କରିଛନ୍ତି, ସେମାନଙ୍କ ଭିତରୁ ୨ନଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଛି |ଇଂଲିଶ ରେ ୧୩ ରୁ ୧୨ ଓ ଇତିହାସ ରେ ୧୫ରୁ ୧୪ଜଣ ପାସ ହୋଇଛନ୍ତି |ଇଂଲିଶ ରେ ଚିନ୍ମୟୀ ପାଢୀ ଓ ଇତିହାସ ରେ ଫୁଲମଣୀ ବେସ୍ରା ପି. ଜି. ରେ ଟପ୍ପର ହୋଇଛନ୍ତି |

