କରଞ୍ଜିଆ,୨୩/୫,(ରିଙ୍କୁ ବାବୁ):ଆଜି କରଞ୍ଜିଆ ବିଦ୍ୟୁତ ବିଭାଗର ଉପଖଣ୍ଡସ୍ତରୀୟ ସମସ୍ତ ସେକସନ ତରଫରୁ ବେଆଇନ ଛୋଟେଇ ବିରୋଧ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଆନ୍ଦୋଳନ ରେ ଯୋଗ ଦେଇଛନ୍ତି |ପ୍ରତିଦିନ ସେକସନ କାର୍ଯ୍ୟାଳୟ ପରିସରରେ ଦୁଇ ଘଣ୍ଟା ପାଇଁ ଆନ୍ଦୋଳନ ଡାକରା ଦେଇଛନ୍ତି, ଯଦି ସରକାର ତୁରନ୍ତ କର୍ମଚାରୀ ଛୋଟେଇ କୁ ବନ୍ଦ ନକରନ୍ତି ତାହାଲେ ଆଗାମୀଦିନରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ୟୁନିଅନ ର କର୍ମକର୍ତା ମାନେ ପ୍ରକାଶ କରିଛନ୍ତି |ବିଦ୍ୟୁତ ବିଭାଗର ଟି. ପି. ଏନ. ଓ. ଡି. ଏଲ ଅଧୀନରେ ଦୀର୍ଘଦିନ ଧରି କାଯ୍ୟ କରୁଥିବା ଠିକା କର୍ମଚାରୀ କିମ୍ବା ବି. ଏ. କର୍ମଚାରୀଙ୍କୁ ବିନା କାରଣରେ ଚାକିରିରୁ ଛୋଟେଇ କରିବାନିଷ୍ପତିକୁ ସଂଘ ସମାଲୋଚନା କରିଛି |ବର୍ତମାନ ସମୟରେ.ଲୋକଙ୍କୁ ସେବା ଯୋଗାଇବା କାର୍ଯ୍ୟ ବୃଦ୍ଧିପାଇଥିବା ବେଳେ, ବିଜୁଳୀ ଗ୍ରାହକ ସଂଖ୍ୟା ବଢିଥିବା ବେଳେ, ଟାକ୍ସ ଆଦାୟ ପରିମାଣ ବୃଦ୍ଧି ପାଇଥିବା ବେଳେ ଓ ଆହୁରି କର୍ମଚାରୀ ଦରକାର ହେଉଥିବା ସମୟ ରେ କର୍ମଚାରୀ ଛୋଟେଇ କରିବା ଏକ ଅନ୍ୟାୟ କାର୍ଯ୍ୟଧାରା ବୋଲି କର୍ମଚାରୀ ମାନେ ପ୍ରକାଶ କରିଛନ୍ତି |ଆଜି ଟି. ପି. ଏନ. ଓ. ଡି. ଏଲ ୱାର୍କର, ଏମ୍ପଲୋୟୀ ସଂଘର ର ଉପସଭାପତି ଆର୍ତବନ୍ଧୁ ବିଶ୍ୱାଳ ଙ୍କ ନେତୃତ୍ୱରେ ବିଜୟ କିଶୋର ମାଇତି, ଜ୍ୟୋତିପ୍ରକାଶ ପଣ୍ଡା, ଜଗନାଥ ମହାକୁଡ଼, କ୍ଷୀରୋଦ ବେହେରା, ସଂଜୟ ସାହୁଙ୍କ ସହଯୋଗରେ ୩ଟି ସେକସନ ରୁ ପ୍ରାୟ ୫ଶହ କର୍ମଚାରୀ ଏହି ଆନ୍ଦୋଳନ ରେ ଯୋଗ ଦେଇଛନ୍ତି |

