ପ୍ରଶାସନ ପକ୍ଷରୁ କୋଡ଼ିଏ ହଜାର ଟଙ୍କା ସହାୟତା ପ୍ରଦାନ
ଫୁଲବାଣୀ୨୫/୦୫,(ସୁନୀଲ ପଟ୍ଟନାୟକ):ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଗ୍ରାମର କୁଡକେଲକିଆ ଠାରେ ମୁଖ୍ୟ ମନ୍ତ୍ରୀ ବସ୍ ସେବା ଯାତ୍ରୀ ବାହିଗାଡ଼ି ଏକ ଯୁବକକୁ ମଡ଼ାଇ ଦେବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି! ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି i ଅତିରିକ୍ତ ତହସିଲଦାର। କବି ରାଜ ଆର୍ଯ୍ୟ ଜାତିର ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରଙ୍କୁ କୋଡ଼ିଏ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ 16 ଆର ଜମି ଯୋଗାଇଦେବା ସହ ଇନ୍ଦିରା ଆବାସ ଯୋଗାଇଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି! ମଦ୍ୟ ପାନ କରି ବେପରୁଆ ଭାବେ ଗାଡ଼ି ଚଳାଉ ଛନ୍ତି ଡ୍ରାଇଭର ଓ ଷ୍ଟାଫ୍ ଯାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ କହୁଛନ୍ତି ! ବସ୍ ଇନ୍ସୁରାନ୍ସ ବାବଦକୁ ମଧ୍ୟ ସହାୟତା ରାଶି ପ୍ରାପ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ଶ୍ରୀ ଆର୍ଯ୍ୟ ପ୍ରକାଶ କରିଥିଲେ! ମୃତକ ଙ୍କ ନାମ ବୀରେନ୍ଦ୍ର ମଲିକ୍ ବୋଲି ଥାନା ଆଆଇସି ସିବରଞ୍ଜନ ସିଙ୍ଘା ଜଣାଇଛନ୍ତି! ଡ୍ରାଇଭର ଫେରାର ଥିଲା! ବୀରେନ୍ଦ୍ର (ମୃତକ) ଙ୍କ ବାଇକ୍ ଓ ବସ୍ କୁ ପୋଲିସ ଜବତ କରିଛି! ଘାଟିରେ ବସ୍ ଓ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇଥିଲା l

