ଫୁଲବାଣୀ,୨୬/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ର ଦୁର୍ଗମ ଅଞ୍ଚଳ କୋଟଗଡ ବ୍ଲକ ଅନ୍ତର୍ଗତ ଜୁଡ଼ାବାଲି ପଂଚାୟତ ର ଗେଟାବାଲି ଓ ଗୁତିସାହି ଗ୍ରାମରେ ଦୀର୍ଘ ଦିନ ହେଵ ପାନୀୟ ଜଳର ସମସ୍ୟା ଲାଗି ରହିଛି। ଉକ୍ତ ଗ୍ରାମରେ ଗ୍ରାମବାସୀମାନେ ପୂର୍ବ ପୁରୁଷ ଅମଳରୁ ବସବାସ କରିଆସୁଛନ୍ତି।ଗ୍ରାମରେ ୫୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି ଓ ପ୍ରାୟ ୨୦୦ ରୁ ଉର୍ଦ୍ଧ ଲୋକେ ବସସବାସ କରନ୍ତି।କୋଟଗଡ ବ୍ଲକ ଠାରୁ ଏହି ଗ୍ରାମର ଦୂରତା ପ୍ରାୟ ୧୫ କିମି ହେବ ଅତି ନିକଟରେ ବ୍ଲକ କାର୍ଯ୍ୟାଳୟ ଥାଇ ମଧ୍ୟ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପ୍ରବଳ ଗରମ ଓ ଗୁଳୁଗୁଳି ସାଙ୍ଗକୁ ପାଣି ବୁନ୍ଦାଟିଏ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ଏହି ଦୁଇଟି ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳର ସଙ୍କଟ ଲାଗିରହିଛି ।ଉକ୍ତ ଗ୍ରାମରେ ୧୦ ବର୍ଷ ପୂର୍ବେ ସରକାର ଦେଇଥିବା ସୋଲାର ପାଣି ଟାଙ୍କି ଅଚଳ ହେଇଯାଇଛି।ଦୀର୍ଘ ତିନି ମାସ ରୁ ଉର୍ଦ୍ଧ ହେବ ଅଚଳ ଅବସ୍ଥାରେ ସୋଲାର ପାଣି ଟାଙ୍କି ପଡି ରହିଛି।ଗ୍ରାମରେ ଦୁଇଟି ନଳକୂପ ଅଛି ସତ କିନ୍ତୁ ଗୋଟିଏ ଅଚଳ ଅବସ୍ଥାରେ ପଡ଼ିରହିଛି ଆଉ ଗୋଟିଏ କଳଙ୍କି,କାଦ ପାଣି,ଦୂଷିତ ପାଣି ବାହାରୁଛି ଏବଂ ନଳକୂପକୁ ୨୦/୩୦ ଥର ମାରିଲାପରେ ବୁନ୍ଦାଏ ଦୁଇ ବୁନ୍ଦା ବାହାରେ ସେବି ବାଲ୍ଟି, ମାଠିଆ ଫୁଲ ହୁଏନି ଏବଂ ବ୍ୟବହାର କରିବା ସମ୍ଭବ ନୁହେଁ।ଫଳରେ ଗ୍ରାମବାସୀମାନେ ଦୁଇ କିମି ଦୂରଯାଇ ନଦୀ ପାଣିକୁ ଗ୍ରାମବାସୀ ମାନେ ଗରା, ମାଠିଆ, ବାଲ୍ଟି ହାଣ୍ଡି, ରେ ଗାମୁଛା ପକାଇ ଛାଣି ଛାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରନ୍ତି। ସେହି ନଦୀ ପାଣିକୁ ଗାଈ, ଛେଳି, ମେଣ୍ଢା, କୁକୁର, ଘୁଷୁରୀ, ମଇଁଷି ବିଭିର୍ନ୍ନ ପ୍ରକାର ପଶୁ ପକ୍ଷୀ ବ୍ୟବହାର କରନ୍ତି। ସେହି ଦୂଷିତ ପାଣିକୁ ଗ୍ରାମବାସୀମାନେ ବ୍ୟବହାର କରି ଡ଼ାଇରିଆ, ଝାଡା ବାନ୍ତି, ଜର, କିଡ଼ନୀ ରୋଗ ଭଳି ନାହିଁ ନଥିବା ରୋଗରେ ଆକ୍ରାନ୍ତ ହେଇଥାନ୍ତି। କେହି କେହି ରୋଗରେ ମୃତୁ ବରଣ ମଧ୍ୟ କରିଥାନ୍ତି।ଉକ୍ତ ଗ୍ରାମରେ ନୂତନ ବସୁଧା ପାଣି ଟାଙ୍କି କିମ୍ବା ନୂତନ ସୋଲାର ପାଣି ଟାଙ୍କି ଦିଆଗଲେ ପାନୀୟ ଜଳର ସମସ୍ୟା ଦୂର ହେଇଥାନ୍ତା ବୋଲି ଗ୍ରାମବାସୀ କହୁଛନ୍ତି।ଉକ୍ତ ପାନୀୟ ଜଳର ସମସ୍ୟା ନେଇ ଗ୍ରାମବାସୀ ଓ ଜୁଡ଼ାବାଲି ପଂଚାୟତ ସରପଞ୍ଚ ଶ୍ରୀମତୀ ସୁଜିତା ଗୁଣ୍ଡ୍ରା ମାଝୀ କୋଟଗଡ ଗୋଷ୍ଠି ଉନୟନ ଅଧିକାରୀଙ୍କୁ ମଧ୍ୟ ଦୁଇ ତିନି ଥର ଲିଖିତ ଆକାରେ ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କାରି ହେଇପାରିଲାନାହିଁ କି ଉକ୍ତ ଗେଟାବାଲି ଓ ଗୁତି ଗୁଡା ସାହି କୁ ଆଜି ପର୍ଯ୍ୟନ୍ତ ବ୍ଲକ ର କୌଣସି ଅଧିକାରୀ, ଯେଇ, ଆରଡବ୍ଲୁ ଏଏସ କର୍ମଚାରୀ ଙ୍କ ମଧ୍ୟ ଦେଖା ମିଳୁନି। ଏହି ଗ୍ରାମପ୍ରତି ପ୍ରଶାସନ ଅଧିକାରୀଙ୍କ ଅଣ ଦେଖା ଯୋଗୁଁ ଗ୍ରାମବାସୀ ମାନେ ନାହିଁଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ବାରମ୍ବାର ବ୍ଲକ କାର୍ଯ୍ୟଳୟ ରେ ପହଂଚି ଦୁଇ ତିନି ଥର ଦରଖାସ୍ତ ଦେବାପରେ ମଧ୍ୟ କୌଣସି କାର୍ଯ୍ୟ କାରି କରିନାହାନ୍ତି। ପ୍ରଶାସନ ଅଧିକାରୀ ମାନେ ଏହି ଗ୍ରାମ ପ୍ରତି ଅଣ ଦେଖା କରୁଛନ୍ତି।ତୁରନ୍ତ ପାନୀୟ ଜଳର ସମସ୍ୟା ସମାଧାନ କରାନଗଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବl ସହ ବ୍ଲକ ଘେରାଉ କରିବେ ବୋଲି ଗ୍ରାମର ଚଞ୍ଚଳାବତୀ ଗାଉଁଟିଆ, ସଶୀଲତା ଭାଟ, ସୂର୍ଯ୍ୟକାନ୍ତି ଭାଟ, ପାର୍ବତୀ ଗାଉଁଟିଆ, କବିତା ଭାଟ, ଇନ୍ଦ୍ରାଣୀ ଭାଟ, ତପଇ ବେହେରା, କୁଟିବାସ ଗାଉଁଟିଆ, କାମରାଜୂ ଭାଟ, ରାଜା ରାମ ପ୍ରଧାନୀ, ଭରତ ଗାଉଁଟିଆ, ସିମାଞ୍ଚଳ ଗାଉଁଟିଆ, ସନ୍ୟାସୀ ଭାଟ ପ୍ରମୁଖ ଚେତାବନୀ ଦେଇଛନ୍ତି l ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପାନୀୟ ଜଳର ସମସ୍ୟା ସମାଧାନ କରିବା ଜରୁରୀ ହୋଇପଡିଛି l

