ପୁରୁଷୋତ୍ତମପୁର,୨୮/୦୫,(ଶୁଭଙ୍କରୀ ଦାଶ):ବିଧାୟକ ଙ୍କ ଉଦଘାଟନ ପୂର୍ବରୁ ଫଳକ ଭଙ୍ଗା ଘଟଣା ରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୁଷୋତ୍ତମପୁର ଥାନାରେ ଏଫଆର ଦେଲେ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶ |ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଂ ଗ୍ରାମ ଛକଠାରୁ ବୁଢ଼ା ଆମ୍ଭ ରାସ୍ତାର ଉର୍ନ୍ନତି କରଣ ପାଇଁ 17 କୋଟି ଟଙ୍କା ବ୍ୟୟରେ 10 କିମି ରାସ୍ତାର ଶିଳାନ୍ୟାସ କାମ ହୋଉଥାନ୍ତା | କିନ୍ତୁ ବିଧାୟକପ୍ରତାପ ଚନ୍ଦ୍ର ନାୟକ ଆସିବା ଆଗରୁ କିଛି ଅସମାଜିକ ବ୍ୟକ୍ତି ମାନେ ଆସି ସେହି ଫଳକ କୁ ଭାଙ୍ଗି ଦେଈ ଚାଲି ଯାଇଥିଲେ |ଏବଂ ସେହି ସ୍ଥାନରେ ଫ୍ଲେକ୍ସ ପ୍ରିଣ୍ଟ ପେପର ଲଗାଇ ରାସ୍ତାର ଶିଳାନ୍ୟାସକାର୍ଯ୍ୟ କରାଯାଇଥିଲା | ଅସମାଜିକ ବ୍ୟକ୍ତି ମାନେ ଭାବିଥିଲେ ଯେ ଆମେ ଭାଙ୍ଗିଦେଲେ ଆଉ ଶିଳାନ୍ୟାସ ହେବ ନାହିଁ କିନ୍ତୁ ମନୋବଳ ସୁଦୃଢ଼ ଥିଲେ ଏବଂ ଉର୍ନ୍ନତ ଟ୍ୱେକନୋଲୋଜି କ୍ଷେତ୍ର ରେ ସଙ୍ଗେ ସଙ୍ଗେ ସବୁକାର୍ଯ୍ୟ ହୋଇପାରୁଛିବୋଲି ବିଧାୟକ କହି ଛନ୍ତି | ବିଧାୟକ ପ୍ରତାପ ନାୟକ, ସରପଞ୍ଚ ମନୋଜ ଦାଶ ଓ ଦଳୀୟ ବିଜେପି କର୍ମୀ ନେତା ମହିଳାଙ୍କ ଉପସ୍ଥିତି ରେ ସେହି ଶିଳାନ୍ୟାସ କାମ ମାତ୍ର କିଛି ସମୟ ବିଳମ୍ବରେ କରାଯାଇଥିଲା | ପରେ ସ୍ଥାନୀୟ ସରପଞ୍ଚ ମନୋଜ ଦାଶଙ୍କ ଲିଖୁତ ଏଚଲା କ୍ରମେ ପୁରୁଷୋତ୍ତମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ମାମଳା ରୁକୁ ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣା ସମଯର ସିସିଟିଭି ଫୁଟେଜ ଯାଞ୍ଚ ସହ ଏହାର ରେକର୍ଡିଂ ସଂଗ୍ରହ କରିଛି । ସେହି ଯୁବକମାନଙ୍କ ମଧ୍ୟରୁ କିଛି ଫଳକ ରଙ୍ଗା ଘଟଣାର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନସାମାଜିକଗଣ.ମାଧ୍ୟମରେ ଭାଇରଲ କରାଯାଇଥିବା ବେଳେ ପୋଲିସ ସେଗୁଡିକୁ ମଧ୍ୟ ସଂଗ୍ରହକରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଛି। ତେବେ ପୋଲିସ ପକ୍ଷରୁ ସେହି ଅସମାଜିକ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କେବେ ଓ କେଉଁ ଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଦେଖିବା କଥା | କିଛି ବୁଦ୍ଧିଜୀବୀ ଙ୍କ ମତ ଏଭଳି ଭଙ୍ଗା ରୁଜା କରାଯାଉଥିବା ବ୍ୟକ୍ତି ମାନଙ୍କ ଉପରେ ଯଦିତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆ ନଯାଏ ତେବେ ସେମାନେ ଆହୁରି ଉପଦ୍ରଵ କରିବାର ସମ୍ଭାବନା ବେଶି ରହିଛି |

