ଫୁଲବାଣୀ,୩୦/୦୫,(ସୁନୀଲ ପଟ୍ଟନାୟକ):ଏବେ ପ୍ରବଳ ଗରମ ସାଂଗକୁ ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ତା ସାଙ୍ଗକୁ ଘନ ଘନ ବିଦ୍ୟୁତ୍ କାଟ ଫଳରେ ଲୋକେ ଅତିଷ୍ଠ ହୋଇ ପଡିଥିବା ବେଳେ ଏବେ ପାନୀୟ ଜଳ ସମସ୍ୟା l ଫଳରେ ଉତ୍ୟକ୍ତ ଲୋକେଶେଷରେ ଗରା, ବା ଲ ଟି, ମାଠିଆ ଧରି ରlଜ ରାସ୍ତା କୁ ଓହ୍ଲାଇ ଲେ l ଫଳରେ ୫୭ନମ୍ବର ରାଜପଥ ଫୁଲବାଣୀ – ଭୁବନେଶ୍ୱର ଗାଡି ମୋଟର ଚଳାଚଳ କିଛି ସମୟ ବନ୍ଦ ରହିଥିଲା l ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଫୁଲବାଣୀ ସହର ର ୯ନମ୍ୱର୍ ୱାର୍ଡ ରେ l ଖବର ପାଇ ଟାଉନ ଥାନା ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ତେବେ ସେମାନଙ୍କ କହିବା କଥା ହେଲା ବର୍ଷେ କି ଦୁଇ ବର୍ଷ ନୁହେଁ ଗଲା ଦଶ ବର୍ଷ ହେଲା ସେହି ଅଞ୍ଚଳ ରେ ପାନୀୟ ଜଳ ସମସ୍ୟା ରହିଛି l ନଳକୂପ ଅଛି ହେଲେ ମଇଳା ପାଣି ବାହାରୁଛି ଯାହା ପିଇବା ପାଣି ଉପଯୋଗୀ ନୁହେଁ l ପୂର୍ବରୁ ଖରାଦିନେ ଟ୍ୟାଙ୍କର ଯୋଗେ ଦିନକୁ ଦୁଇ ଥର ପାଣି ଯୋଗାଇଦିଆଯାଉଥିଲା l ଏବେ ପାଣି ଦିଆଯାଉନି l ପାଇପ ରେ ପାଣି ଆସୁନି l ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ପି ଏଚ ଇ ଡି ଓ ମ୍ୟୁନିସିପାଲଟି କୁ ବାରମ୍ୱାର ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିଲା l ତେବେ ସଂପୃକ୍ତ ଅଞ୍ଚଳ କୁଅତି ଶିଘ୍ର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି l

