ଫୁଲବାଣୀ,୩୧/୦୫,(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡି, ଯାହାକୁ “ଓଡ଼ିଶାର କାଶ୍ମୀର” କୁହାଯାଏ, ତାର ପ୍ରଚାର ପ୍ରସାର ଓ ପର୍ଯ୍ୟଟକ ମାନଙ୍କ ଜାଣିବା ପାଇଁ ଏକ ପର୍ଯ୍ୟଟନ ୱେବସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, *https://exploredaringbadi.com/* ନାମକ ଏହି ୱେବସାଇଟ୍ରେ ଦାରିଙ୍ଗବାଡି ସମ୍ପର୍କିତ ସମସ୍ତ ପର୍ଯ୍ୟଟନ ସୂଚନା ଉପଲବ୍ଧ କରାଯାଇଛି। ଏହି ପୋର୍ଟାଲ୍ ମାଧ୍ୟମରେ ପାଇନ୍ ଫରେଷ୍ଟ, ଜଳପ୍ରପାତ, କଫି ଗାର୍ଡେନ୍, ଭ୍ୟୁ ପଏଣ୍ଟ୍ ଓ ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବ। ଏହାସହିତ ହୋଟେଲ୍, ରିସର୍ଟ୍, ହୋମ୍ଷ୍ଟେ ଓ ଯାତାୟାତ ସୁବିଧା ବିଷୟରେ ମଧ୍ୟ ପର୍ଯ୍ୟଟକମାନେ ସଂପୂର୍ଣ୍ଣ ତଥ୍ୟ ପାଇପାରିବେ। ଜିଲ୍ଲା ପ୍ରଶାସନର ଏହି ନୂତନ ପଦକ୍ଷେପ ଦାରିଙ୍ଗବାଡି ପର୍ଯ୍ୟଟନକୁ ଡିଜିଟାଲ୍ ମାଧ୍ୟମରେ ଆହୁରି ସହଜ ଓ ସୁଗମ କରିବା ସହିତ*ଡାରିଙ୍ଗବାଡି ପର୍ଯ୍ୟଟନ ପାଇଁ ଆଧିକାରିକ ୱେବସାଇଟ୍ ଆରମ୍ଭ* ଫୁଲବାଣୀ -୩୧/୦୫(ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡି, ଯାହାକୁ “ଓଡ଼ିଶାର କାଶ୍ମୀର” କୁହାଯାଏ, ତାର ପ୍ରଚାର ପ୍ରସାର ଓ ପର୍ଯ୍ୟଟକ ମାନଙ୍କ ଜାଣିବା ପାଇଁ ଏକ ପର୍ଯ୍ୟଟନ ୱେବସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, *https://exploredaringbadi.com/* ନାମକ ଏହି ୱେବସାଇଟ୍ରେ ଦାରିଙ୍ଗବାଡି ସମ୍ପର୍କିତ ସମସ୍ତ ପର୍ଯ୍ୟଟନ ସୂଚନା ଉପଲବ୍ଧ କରାଯାଇଛି। ଏହି ପୋର୍ଟାଲ୍ ମାଧ୍ୟମରେ ପାଇନ୍ ଫରେଷ୍ଟ, ଜଳପ୍ରପାତ, କଫି ଗାର୍ଡେନ୍, ଭ୍ୟୁ ପଏଣ୍ଟ୍ ଓ ଅନ୍ୟାନ୍ୟ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିବ। ଏହାସହିତ ହୋଟେଲ୍, ରିସର୍ଟ୍, ହୋମ୍ଷ୍ଟେ ଓ ଯାତାୟାତ ସୁବିଧା ବିଷୟରେ ମଧ୍ୟ ପର୍ଯ୍ୟଟକମାନେ ସଂପୂର୍ଣ୍ଣ ତଥ୍ୟ ପାଇପାରିବେ। ଜିଲ୍ଲା ପ୍ରଶାସନର ଏହି ନୂତନ ପଦକ୍ଷେପ ଦାରିଙ୍ଗବାଡି ପର୍ଯ୍ୟଟନକୁ ଡିଜିଟାଲ୍ ମାଧ୍ୟମରେ ଆହୁରି ସହଜ ଓ ସୁଗମ କରିବା ସହିତ ଇକୋ-ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ଦେବ ବୋଲି ଆଶା ବ୍ୟକ୍ତ କରାଯାଇଛି l ଇକୋ-ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ଦେବ ବୋଲି ଆଶା ବ୍ୟକ୍ତ କରାଯାଇଛି l

