ଫୁଲବାଣୀ,୪/୦୬(ସୁନୀଲ ପଟ୍ଟନାୟକ):ବାଲିଗୁଡ଼ା ରୁ ଫୁଲବାଣୀ ଆସିବା ବାଟରେ ସlରଙ୍ଗଡ ନିକଟରେ ଏକ ଅଜଣା ଗାଡି ଧକ୍କାରେ ରାସ୍ତା ରେ ସୋଇଥିବା ପ୍ରାୟ ୭/୮ଟି ଗାଇ ବାଛୁରୀ ଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି l ଗୁରୁବାର ଭୋର ରୁ କୌଣସି ଏକ ବଡ଼ ଗାଡି ଏସବୁ ଗାଇ ସୋଇଥିବା ବେଳେ ଧକ୍କା ଦେଇ ଚାଲିଯିବା ରୁ ଏସବୁ ଗାଈ ର ମୃତ୍ୟୁ ହୋଇଥଲା l କିଛି ଗାଇ ଆହତ ମଧ୍ଯ ହୋଇଛନ୍ତି l ସ୍ଥାନୀୟ ସ୍ବେଛାସେବୀ ପହଞ୍ଚି ରାସ୍ତା ଉପରେ ମୃତ୍ୟୁ ବରଣ କରିଥିବା ଗାଇ କୁ ଉଠାଇ ତାର ସତ୍କାର କରିଥିବା ବେଳେ ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ l ତେବେ କେଉଁ ଗାଡି ଧକ୍କା ଦେଇ ଚାଲିଯାଇଛି ତାର ସନ୍ଧାନ ମିଳିନି l ସ୍ଥାନୀୟ ସ୍ବେଛାସେବୀ ଯୁବକ ଙ୍କ ଏଭଳି କାର୍ଯ୍ୟ କୁ ଗ୍ରାମବାସୀ ବେଶ ପ୍ରଶଂସା କରିଛନ୍ତି l

