ଜଗନ୍ନାଥପ୍ରସାଦ, ୧୧/୬(ପୂର୍ଣ୍ଣ ଚନ୍ଦ୍ର ବାରିକ):ସରକାର ଗ୍ରାମଞ୍ଚଳ ର ବିକାଶ ତଥା ଗମନା ଗମନ ର ସୁବିଧା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥୁବାବେଳେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗେରେଡ଼ା ଠାରୁ କ୍ଷେତମୁଣ୍ଡାଳୀ ଭାୟା କାଦୁଆ ଜଗନ୍ନାଥ ପ୍ରସାଦକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଦୀର୍ଘ ଦିନ ଧରି ରକ୍ଷଣାବେକ୍ଷଣାର ଅଭାବ ଯୋଗୁଁ ରାସ୍ତାର ପିଚୁ ଉଠିଯାଇଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି । ଫଳରେ ୦୬ କିଲୋମିଟର ଦୈନନ୍ଦିନ ଯାତାୟାତ କରୁଥିବା ୫୦ ଗୋଟି ଗ୍ରାମର ସାଧାରଣ ଲୋକ, ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବର୍ଷା ଦିନରେ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇପଡ଼ୁଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଯାଇଛି । ସ୍ଥାନୀୟ ଲୋକମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହି ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ସମାଧାନ ପାଇଁ ଦୃଢ଼ ଦାବି କରିଛନ୍ତି । ଜନସ୍ୱାର୍ଥ ଦୃଷ୍ଟିରୁ ପ୍ରଶାସନ ଏହା ଉପରେ ଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି !

