ରାୟଗଡ,୧୬/୦୬(ଅମୂଲ୍ୟ ନିଶଙ୍କ):ଶ୍ରୀ ଶ୍ରୀ ଶ୍ରୀକ୍ରିଷ୍ଣା ଧ୍ୟାନମନ୍ଦିର ମହୋତ୍ସବ କ୍ରିଷ୍ଣା ଧ୍ୟାନମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆଜି ଆରମ୍ବ ହୋଇଯାଇଛି lଶ୍ରୀମତୀ ସୀରା ଆପାୟାମା, ସ୍ବର୍ଗ ସ୍ବର୍ଗତ ପଲେୟାଙ୍କ ସ୍ମୃତିରେ ସିରା ଆପାୟାମା ପରିବାର ପକ୍ଷରୁ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତିସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହିଇଛି l ଏହି ପବିତ୍ର କାର୍ଯ୍ୟକ୍ରମ ଯୋଗୀ ଶ୍ରୀ ଚୈତନ୍ୟ ରାମଜୀଙ୍କ ପ୍ରତାକ୍ଷ୍ୟ ତତ୍ୱାବଧାନ ଓ ଦିବ୍ୟ ମାର୍ଗଦର୍ଶନ ଏବଂ ବୈଦିକ ପୁରୋହିତମାନଙ୍କ ଦ୍ବାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜିର ଏହି ପବିତ୍ର କୃଷ୍ଣ ଭଗବାନ ଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ରେ ରାଜ୍ୟ ବିଜେପି ର କାର୍ଯ୍ୟକାରିଣୀ ସଦସ୍ୟ ତଥା ରାୟଗଡ ଟ୍ରକ ମାଲିକ ସଙ୍ଘ ର ସଭାପତି ୟାଲା କୋଣ୍ଡା ବାବୁ ଯୋଗ ଦେଇ ପୂଜା ଏତେ ଅର୍ଚନ୍ନା କରିବା ସହିତ ରାୟଗଡ ସହର ତଥା ଜ଼ିଲ୍ଲା ର ଜନସାଧାରଣ କିପରି ଭାବେ ଶାନ୍ତିଶୃଙ୍ଖଳା ଓ ଭାଇଚାରା ରେ ବାନ୍ଧି ରହିବେ ସେଥିପାଇଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛି ବୋଲି କୋଣ୍ଡା ବାବୁ କହିଛନ୍ତି l ବୁଜି ସ୍ୱାମୀ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ଓ ମାର୍ଗ ଦର୍ଶନ ରେ ଆଜି ରାୟଗଡ ଜ଼ିଲ୍ଲା ର ପୁରପାଲି ରେ ଆଜି ଆଧ୍ୟାତ୍ମିକ ଭାବ ସୃଷ୍ଟି ହେବା ସହିତ ପ୍ରତ୍ୟକ ଗ୍ରାମ ରେ ସଂକୀର୍ତନ ମଣ୍ଡଳୀ ମନ ନିର୍ମିତ ହୋଇଛି l ଏହି ସଂକୀର୍ତନ ମଣ୍ଡଳୀ ମାନ ଓଡିଶା ତଥା ବାହାର ରାଜ୍ୟ କୁ ଯାଇ ଯେପରି ଭାବେ ସଂକୀର୍ତନ କରି ନା କମେଇପାରିଛନ୍ତି ଏହା ର ଶ୍ରେୟ କେବଳି ବୁଜି ସ୍ୱାମୀ ଙ୍କୁ ହିଁ ଯିବ ବୋଲି କହିଛନ୍ତି lରାୟଗଡ ଜ଼ିଲ୍ଲା ତଥା ଏହି ସହର ରେ ପ୍ରଥମ କରି ଏହି ପରି କାର୍ଯ୍ୟକ୍ରମ ହେଉଛି ଓ ବୃନ୍ଦାବନ ରୁ ସାଧୁସନ୍ଥ ଯୋଗ ଦେବା ର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ରାୟଗଡ ଜ଼ିଲ୍ଲା ର ଜନସାଧାରଣ ଆସନ୍ତା କାଲି ଯୋଗଦେଇ ସାଧୁସନ୍ଥ ଙ୍କ ଆଶୀର୍ବାଦ ନେବା ନିମନ୍ତେ କୋଣ୍ଡା ବାବୁ ନିବେଦନ କରିଛନ୍ତି l ଏହି ଶ୍ରୀ ଶ୍ରୀ ଶ୍ରୀକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ କମିଟି ସଭାପତି ସିରା ରାବଣା, ଭିରାବାବୁ,ପି କିଶୋର, ଅନିଲ, ଶ୍ରୀନୁ, ଚୈତନ୍ୟ ଙ୍କ ଏହିପରି ମହତ କାର୍ଯ୍ୟକ୍ରମ କୁ ପ୍ରସଂଶା କରିଛନ୍ତି କୋଣ୍ଡା ବାବୁ l

