ଫୁଲବାଣୀ,୩/୭(ସୁନୀଲ ପଟ୍ଟନାୟକ):ଅବସର ପ୍ରାପ୍ତ ଶିକ୍ଷକ ସଂଘ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ଶିକ୍ଷାବିତ ଅବସରପ୍ରାପ୍ତ ଏସ ଆଇ ଅଫ ସ୍କୁଲ ନବ କିଶୋର ପୁନର୍ବାର ସଭାପତି ଭାବେ ମନୋ ନୀ ତ ହୋଇଥିଲେ l ଉପସଭାପତି ଭାବେ ନିମାଇ ଚରଣ ପର ମାଣିକ ଓ ମଞ୍ଜୁଳା ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବେ ଶରତ ଚନ୍ଦ୍ର ମହାନ୍ତି, ସହ ସମ୍ପାଦକ ଭାବରେ ଶ୍ୟାମ ବନ୍ଧୁ ମହାରଣା ଓ କୋଷାଧ୍ୟକ୍ଷ ଭାବେ କରୁଣା କର ସାହୂ ମନୋନୀତ ସୋଇଛନ୍ତି l ସେହିପରି କାର୍ଯ୍ୟ କାରୀ ସଦସ୍ୟ ଭାବେ ସୁନୀଲ ଭଞ୍ଜ, ପ୍ରଦୀପ୍ତ କୁମାର ପରିଡ଼ା, ଜୟଦେବ ତାରିଣି, ଙ୍କୁ ମନୋନୀ ତ କରାଯାଇଥିଲା l ବଂଶୀଧର ପଣ୍ଡା, ଓ ନୀଳାମ୍ବର ମିଶ୍ରସୁଚାରୁରୂପେ ନିର୍ବାଚନ ପରିଚାଳନା କରିଥିଲେ l ଝୁନା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ l ବିଶେଷ କରି ସଦସ୍ୟ ମାନଙ୍କ ସମସ୍ୟା ସମାଧାନ କରିବା ସହ ସାମୁହିକ ସ୍ବାର୍ଥ ରକ୍ଷା ପାଇଁ ସଙ୍ଘ କାର୍ଯ୍ୟ କରିବ ବୋଲି ନବ ନିର୍ବାଚିତ ସଭାପତି ନବ କିଶୋର ରଥ କହିଛନ୍ତି l

