ଫୁଲବାଣୀ,୧୭/୦୭(ସୁନୀଲ ପଟ୍ଟନାୟକ):ଶୁକ୍ରବାର ଏକ ଲାଞ୍ଚ ମାମଲା ର ବିଚାର କରି ଫୁଲବାଣୀ ସ୍ଵତନ୍ତ୍ର ଭିଜିଲାନସ୍ କୋର୍ଟ ବିଚାର ପତି ତତ୍କାଳୀନ ଟି ପି ଏସ ଓ ଡି ଏଲ ଟିକାବାଲି ଇଲେକ୍ଟ୍ରିକାଲ ସେକ୍ସନ ର ଗ୍ରେଡ ଏ ଲାଇନ୍ ମ୍ୟାନ କାଳୁ ଚରଣ ପଳେଇ ଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଅର୍ଥ ଅନାଦେୟ ଅଧିକ ୪ମାସ ଜେଲ ଦଣ୍ଡ ଶୁଣାଇଛନ୍ତି l ସୁଚନା ଯୋଗ୍ୟ ଯେ, ଲାଇନ୍ ମ୍ୟାନ ପଲେଇ ଟିକାବାଲି ଛତିଝର ଅଞ୍ଚଳର ରୀଙ୍କୁ ଭୁକ୍ତା ଙ୍କ ଦୋକାନ କୁ ନୂତନ ଇଲେକ୍ଟ୍ରି କନେକ୍ସନ୍ ଦେବା ପାଇଁ ୫୦ହଜାର ଟଂକା ଦାବୀ କରିଥିଲେ l ଆଉ ରିଙ୍କୁ ୧୭/୧୧/୨୨ରେ ଦାବୀ ମୁତାବକ ଟଙ୍କା ନେବା ବେଳକୁ ଭିଜିଲାନସ୍ ବିଭାଗ ଲାଞ୍ଚ ଟଙ୍କା ଜବତ କରିବା ସହ ଅଭିଯୁକ୍ତ ଲାଇନ୍ ମ୍ୟାନ କାଳୁ ଚରଣ ପଳେଇ ଙ୍କୁ ଗିରଫ କରି ଥିଲା l ଏ ନେଇ ଭିଜିଲାନସ୍ ବିଭାଗ ପକ୍ଷରୁ ୨୫/୨୨ରେ ମାମଲା ରୁଜ୍ଜୁ କରି ଥିଲା l ଆଜି ଶୁକ୍ରବlର ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ବିଚାର ପତି ସlକ୍ଷ ପ୍ରମାଣ କୁ ଭିତ୍ତି କରି ଉପରୋକ୍ତ ରାୟ ଶୁଣାଇଛନ୍ତି l ଏହି ମାମଲାର ଫୁଲବାଣୀ ଭିଜିଲାନସ୍ କାର୍ଯ୍ୟାଳୟ ର ପୁର୍ବତନ ଡି ଏସ ପି ଅରୁଣ କୁମାର ନାୟକ ଟି ଏଲ ଓ, ଓ ବୌଦ୍ଧ ଡି ଏସ ପି ଜଗବନ୍ଧୁ ଅଙ୍ଗରିଆ ତଦନ୍ତ କାରୀ ଅଧିକାରୀ ଥିଲେ l ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ସ୍ୱତନ୍ତ୍ର ପି ପି ଭି ଭି ରାମ ଦାସ୍ ମକଦ୍ଦମା ପରିଚାଳନା କରିଥିଲେ l

