ପୁରୁଷୋତ୍ତମପୁର,୧୭।୭(ଶୁଭଙ୍କରୀ ଦାଶ): ଆଜି ପୁରୁଷୋତ୍ତମପୁର ସ୍ଥିତ ଏକ୍ସ୍ – ବୋର୍ଡ଼ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି(ଏସ ଏମ୍ ସି) ଶାନ୍ତିଶୃଙ୍ଖଳାର ସହ ଗଠିତ ହୋଇଯାଇଛି।ନିରୀକ୍ଷକ ଭାବେ ଏ ବି ଇ ଓ କମ୍ ବି ଆର ସି ସି ଶ୍ରୀ ବିଜୟ ଚନ୍ଦ୍ର ବେହେରା,ଏ ବି ଇ ଓ ଶ୍ରୀ ଭକ୍ତ ବତ୍ସଳ ଜାନୀ,ସି ଆର୍ ସି ସି ଶ୍ରୀ ହେମନ୍ତ କୁମାର ବେହେରା ଯୋଗଦେଇଥିଲେ।ସମସ୍ତ ଅଭିଭାବକ ଙ୍କୁ ନେଇ ବସିଥିବା ବୈଠକରେ ସର୍ବ ସମ୍ମତି କ୍ରମେ ସଭ୍ୟ/ସଭ୍ୟା ମନୋନୀତ କରାଯାଇଥିଲା ।ପରେ ସଭ୍ୟ/ସଭ୍ୟା ମାନେ ଅଧ୍ୟକ୍ଷା ରୂପେ ଶ୍ରୀମତୀ ସୁଦେଷ୍ଣା ବେହେରା ଓ ଉପାଧ୍ୟକ୍ଷI ଭାବେ ଶ୍ରୀମତୀ ସ୍ନେହଲତା ଗୌଡ଼ ଙ୍କୁ ଚୟନ କରିଥିଲେ।ଅନ୍ୟ ସଭ୍ୟ ଓ ସଭ୍ୟା ଙ୍କ ମଧ୍ୟରେ ଶ୍ରୀମତୀ ବନିତା ବେହେରା,ସୁଜାତା ବେହେରା,ହେମଲତା ବେହେରା, ଉପେନ୍ଦ୍ର ବେହେରା,ବିନୋଦିନୀ ବେହେରା,ଗିରିଜା ଶଙ୍କର ପଟ୍ଟନାୟକ, କବିତା ପରିଡ଼ା,ପିଙ୍କି ଗୌଡ଼,ଉପେନ୍ଦ୍ର ବେହେରା, ବିଚିତ୍ର କୁମାର ନାୟକ ଅରୁଣ କୁମାର ଗୌଡ଼ ଙ୍କୁ ଚୟନ କରାଯାଇଥିଲା ।

