ଫୁଲବାଣୀ,୧୭/୦୭(ସୁନୀଲ ପଟ୍ଟନାୟକ):ଲଗାଣ ବର୍ଷା ଯୋଗୁଁ ଫୁଲବାଣୀ ସହର ନିକଟ ଶ୍ରୀରାମ ନଗର ବାସିନ୍ଦା ଙ୍କ ଅଵସ୍ଥା କହିଲେ ନ ସରେ l ରାସ୍ତାରେ ପାଣି ର ସୁଅ ଛୁଟିଛି l ରାସ୍ତା ଧୋଇ ନଷ୍ଟ ହୋଇଗଲାଣି l ମାଟି ରାସ୍ତା ହୋଇଥିବାରୁ ପାଣି ରାସ୍ତାରେ ବୋହି ରାସ୍ତା ଖାଲ ହୋଇଯିବା ଫଳରେ ଯିବା ଆସିବା ମୁସ୍କିଲ ହୋଇପଡିଛି l ବିଶେଷ କରି ବର୍ଷା ରେ ନିର୍ମାଣ ଧୀନ କୋର୍ଟ ବିଲ୍ଡିଙ୍ଗ ର ବାଉଣ୍ଡରି ୱାଲ ସାଇଡ ରେ ହୋଲ କରି ଦେଇଥିବାରୁ ୱାଲ୍ ସlଇଡ ରେ ଯାଇଥିବା ରାସ୍ତା ଉପର ଦେଇ ପାଣି ର ସୁଅ ଛୁଟିବା ଫଳରେ ରାସ୍ତା ରେ ଯିବା ଆସିବା ରେ ଶ୍ରୀରାମ ନଗର ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିl କାମ କରୁଥିବା ଠିକାଦାର ଙ୍କ ମନ ମlନି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସାହି ଲୋକେ ଅଭିଯୋଗ କରିଛନ୍ତି l ଏହାର ତୁରନ୍ତ ସମାଧାନ ନିମନ୍ତେ ସେମାନେ ଦାବୀ କରିଛନ୍ତି l ପୂର୍ତ୍ତ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ l

