ଜଗନ୍ନାଥ ପ୍ରସାଦ,୧୮/୦୭ (ପୂର୍ଣ୍ଣଚନ୍ଦ୍ର ବାରିକ):ରାଜ୍ଯ ସରକାର ଙ୍କ ନିର୍ଦ୍ଧେଶ କ୍ରମେ ସମସ୍ତ ବିଦ୍ୟାଳରେ ନୂତନ ପରିଚାଳନା କମିଟି ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ପଟାଧାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ସେଠୀଙ୍କ ଆହ୍ବାନ କ୍ରମେ ସମସ୍ତ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ତଥା ଅନ୍ୟାନ୍ୟ ସଭ୍ୟ ବୃନ୍ଦଙ୍କୁ ନେଇ ବିଦ୍ୟାଳୟ ପରିସର ମଧ୍ୟରେ ଏକ ନୂତନ କମିଟି ଚୟନ ପ୍ରକ୍ରିୟା କରି ନୂତନ ଭାବେ ପରିଚାଳନା କମିଟି ଗଠନ କରାଯାଇଛି,ଉକ୍ତ ବୈଠକରେ ସି ଆର୍ ସି ସି ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କମିଟି ଚୟନର ମାର୍ଗ ଦର୍ଶିକା ଓ ପରିଚାଳନା ନେଇ ବୁଝାଇଥିଲେ ଏଵଂ ସି ଆର୍ ସି ସି ଙ୍କ ନିଷ୍ପତି ଓ ସମସ୍ତ ଅଭିଭାବକଙ୍କ ଚୟନ କ୍ରମେ ଶ୍ରୀ ସିଦ୍ଧେଶ୍ୱର ବେହେରା ଅଧକ୍ଷ ଓ ଶ୍ରୀମତୀ ନିଳେନ୍ଦ୍ରି ମହାରଣା ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ନୂତନ କମିଟି ଗଠନ ପରେ ନବନିର୍ବାଚିତ ଅଧକ୍ଷ ତଥା ସମସ୍ତ କମିଟି ବୃନ୍ଦଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦେଇ ବିଦ୍ୟାଳୟର ଉନ୍ନତି ଆଣିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ ପରିଶେଷରେ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତରୁଣ କୁମାର ସ୍ଵାଇଁ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ସଭା କାର୍ଯ୍ୟ ସାଙ୍ଗ କରାଯାଇଥିଲା।

