ବ୍ରହ୍ମପୁର,୧୮।୭(ହିମାଂଶୁ ଶେଖର ସାବତ):ମାତୃ ଓ ଶିଶୁ ସ୍ବାସ୍ଥ୍ୟର ସୁରକ୍ଷା,ଅନିଚ୍ଛିତ ଗର୍ଭଧାରଣର ପ୍ରତିରୋଧ, ଗର୍ଭଧାରଣ ମଧ୍ଯରେ ସୁସ୍ଥ ସମୟ ଓ ବ୍ୟବଧାନ ସମ୍ପର୍କରେ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୧ ଜୁଲାଇରୁ ୨୪ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ବିଶ୍ବ ଜନସଂଖ୍ୟା ପକ୍ଷ-୨୦୨୬ (ପରିବାର ନିୟୋଜନ ପକ୍ଷ) ପାଳନ କରାଯାଉଛି l ଏହି ଅବସରରେ ସହରର ପ୍ରତ୍ୟେକ ପରିବାର ନିକଟରେ ପରିବାର ନିୟୋଜନ ସମ୍ପର୍କିତ ସଠିକ୍ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ବ୍ରହ୍ମପୁର ମହାନଗର ନିଗମ ପରିସରରେ ଶନିବାର ଏକ ସୂଚନା, ଶିକ୍ଷା ଓ ଯୋଗାଯୋଗ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି l “ମା’ ଓ ଶିଶୁର ସୁସ୍ଥତା ପାଇଁ ଗର୍ଭଧାରଣ ମଧ୍ଯରେ ସୁସ୍ଥ ସମୟ ଓ ବ୍ୟବଧାନ” ରଖିବା ମୂଳ ଲକ୍ଷ ସହ “ପିଲାଙ୍କ ଜନ୍ମରେ ରଖନ୍ତୁ ବ୍ୟବଧାନ, ସୁସ୍ଥ ଓ ସୁଖୀ ହେବ ପାରିବାରିକ ଜୀବନ”,”ମା’ ଓ ଶିଶୁର ସୁସ୍ଥତା ପାଇଁ ଗର୍ଭଧାରଣ ମଧ୍ୟରେ ସୁସ୍ଥ ସମୟ ଓ ବ୍ୟବଧାନ ” ଆଦି ସ୍ଲୋଗାନ ଦିଆଯାଇଥିଲା l ତେଵେ ଏହି ସଚେତନତା ରଥକୁ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, କମିଶନର ସୁଶ୍ରୀ ଆକାଭରମ୍ ସସ୍ୟା ରେଡ୍ଡୀ,, ଡେପୁଟି ମେୟର ଇ.ବିବେକ ରେଡ୍ଡୀ,ନଗର ସ୍ବାସ୍ଥ୍ୟ ଅଧିକାରୀ ଡା ମାନସ ରଞ୍ଜନ ପଣ୍ଡା ଆଦି ପତାକା ଦେଖାଇ ରଥ ପରିଚାଳନର ଶୁଭାରମ୍ଭ କରିଥିଲେ। ଏହି ଆଇ ଇ ସି ସଚେତନତା ରଥ ଆସନ୍ତା ଏକ ସପ୍ତାହ ଧରି ବ୍ରହ୍ମପୁର ସହରର ସମସ୍ତ ୱାର୍ଡ ପରିଦର୍ଶନ କରି ପରିବାର ନିୟୋଜନ ସମ୍ପର୍କିତ ଅଡିଓ ବାର୍ତ୍ତା , ସଚେତନତା ପ୍ରଚାର, ଆଇ ଇ ସି ସାମଗ୍ରୀ ବଣ୍ଟନ ଏବଂ ସାଧାରଣ ଲୋକଙ୍କୁ ପରାମର୍ଶ ପ୍ରଦାନ କରିବ । ଏହା ସହିତ ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ପରାମର୍ଶ, ଆଧୁନିକ ଗର୍ଭନିରୋଧକ ସାମଗ୍ରୀର ଉପଲବ୍ଧତା, ନିର୍ଦ୍ଧାରିତ ଦିବସ ପରିବାର ନିୟୋଜନ ସେବା ଏଫଡିଏସ .ଆଶା ଏଏନଏମ ଙ୍କ ଦ୍ବାରା ଘରକୁ ଘର ସଚେତନତା, ୱାର୍ଡସ୍ତରୀୟ ସମୁଦାୟ ବୈଠକ, ଜନସଚେତନତା ରାଲି ଏବଂ ସୋସିଆଲ ମିଡିଆ ଅଭିଯାନ ମଧ୍ଯ ଆୟୋଜନ କରାଯିବ ।

