ଫୁଲବାଣୀ:୨୦।୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଭୀମ ଆର୍ମି ନୀଟ ପେପେର ଲିକ ଦୁର୍ନୀତି ରେ ଲିପ୍ତ ଥିବା ଅଧିକାରୀ ଓ ପ୍ରଶାସନିକ ମନ୍ତ୍ରାଳୟ କତ୍ତୃପକ୍ଷ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଈଁ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଉଦେଶ୍ୱରେ କନ୍ଧମାଳ ଅତିରିକ୍ତ ଜିଲ୍ଲା ପାଳ କୁଶଳ ଚନ୍ଦ୍ର ନାୟକ ଙ୍କୁ ଭୀମ ଆର୍ମି ର ସାଧାରଣ ସମ୍ପାଦକ ସୁଶୀଲ ପ୍ରଧାନ ଦାବିପତ୍ର ପ୍ରଦାନ କରିଛନ୍ତି! ଶିକ୍ଷା ପଦ୍ଧତି କୁ ସୁଧାର କରିବା, ଅଧପତନ ଶିକ୍ଷା କୁ ବ୍ୟବସ୍ଥିତ କରିବା ଓ ଶିକ୍ଷାର ମାନ କୁ ବୃଦ୍ଧି କରିବା ନେଇ ଦାବୀ ପତ୍ର ରେ ଉଲ୍ଲେଖ ରହିଁଛି ବୋଲି ବିନୋଦ ପ୍ରଧାନ ଓ ସମୀର ଘଟାଲ ପ୍ରକାଶ କରିଛନ୍ତି! ଏକ ସୁସଜିତ ଗାଡ଼ିରେ ନୀଳ ପତାକା ଲଗାଇ ଓ ପୋଷାକ ପରିଧାନ କରି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷଭୋ ପ୍ରଦର୍ଶନ କରିଥିଲେ! ଏହି କାର୍ଯ୍ୟକ୍ରମରେ ଜୟ ପ୍ରକାଶ ଡିଗାଲ, ପୁର୍ଣ ଚନ୍ଦ୍ର ଡିଗାଲ, ଅନାମ ଡିଗାଲ,ଆଲୋକ କୁମାର ନାୟକ ଜିତେନ୍ଦ୍ର ନାୟକ, ହରକ ଡିଗାଲ (ଉପସଭାପତି ) ସନାତନ ପ୍ରଧାନ, ଏସ୍ପିନ ନାୟକ ନରୋଦା ଡିଗାଲ ଓ ଅରୁଣ କୁମାର ପ୍ରଧାନ ଯୋଗ ଦେଇଥିଲେ!

