ଖୋର୍ଦ୍ଧା,୨୦।୭(କେଦାର ନାଥ ସାହୁ):ଖୋର୍ଦ୍ଧା ଅଞ୍ଚଳର ବରିଷ୍ଠ ଖବରକାଗଜ ବିତରକ ଭାବେ ଜଣାଶୁଣା ଶ୍ରୀ ଘନଶ୍ୟାମ ସାମଲଙ୍କ ୭୩ ବୟସରେ ପରଲୋକ ହୋଇଯାଇଛି. ଶ୍ରୀ ସାମଲ ଦୈନ ଦିନ ଭଳି ସକାଳୁ ଖବର କାଗଜ ନେଇ ନିଜ କାମ ସମାପ୍ତ କରି ନିଜ ବାସଭଵନ କୁ ଫେରି ଅସୁସ୍ତତା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ଖୋର୍ଦ୍ଧା ସରକାରୀ ମେଡିକାଲ ନେଇଥିବା ବେଳେ ଡ଼ାକ୍ତର ଭୁବେନେଶ୍ୱର ରେଫର କରିଥିଲେ । ଭୁବେନେଶ୍ୱର ମେଡିକାଲ କଟକ ପଠାଇ ଥିବା ବେଳେ କଟକ ମେଡ଼ିକାଲରେ ମୃତ୍ୟୁ ହୋଇଥିଲା । ଶ୍ରୀ ସାମଲ ଜଣେ ଶାନ୍ତ, ସଚୋଟ, ସରଳ ବିଶ୍ୱାସି ,ଭଦ୍ର ବ୍ୟକ୍ତି ଭାବେ ପରିଚିତ ଥିଲେ ।

