କନ୍ଧମାଳ,୨୧।୭(ସୁନିଲ ପଟ୍ଟନାୟକ): ଜିଲ୍ଲାର ଦୁର୍ଗମ ଅଞ୍ଚଳ ର ଗର୍ଭବତୀ ମହିଳା ମାନଙ୍କୁ ସୁବିଧାରେ ପ୍ରସବ ସେବା ଯୋଗାଇଦେବା ପାଇଁ ପ୍ରସବ ଯାନ ଓ ଅତି ଦୁର୍ଗମ ଅଞ୍ଚଳ ରେ ବାଇକ୍ ଆମ୍ବୁଲାନ୍ସ ସେବା ଗତ ୨୦୧୮ମସିହାରୁ ଆରଂଭ ହୋଇଥିଲା l ଆଉ ଗ୍ରାମାଂଚଳ ମହିଳା ବେଶ ଉପକୃତ ହେଉଥିଲେ l ପ୍ରଥମେ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବlଳନ୍ଦା ପଡ଼ା, ତୁମୁଡିବନ୍ଧ ବ୍ଲକ ର ସୁବର୍ଣଗିରି ରେ ଆରମ୍ଭ ହୋଇଥିଲା ଏହି ଭ୍ରାମ୍ୟମାଣ ପ୍ରସବ ଯାନ ସେବା ପରେ ୨୦୨୨ରେ ଆଉ ୪ଟି ପ୍ରସବ ଭ୍ୟାନ ସେବା ଆରମ୍ଭ ହେଇଥିଲା l ତେବେ ଜିଲ୍ଲାରେ ତୁମୁଡିବନ୍ଧ, ରାଇକିଆ, କୋଟଗଡ, ଦାରିଂବାଡ଼ି, ଓ କ ନୂଆଗାଁ ରେ ୬ଟି ଆମ୍ବୁଲାନ୍ସ ଚାଲିଥିଲାl ଏ ସବୁ କୁ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ଗୁଡ଼ିକ ସୁଚାରୁରୂପେ ବେଶ ଦକ୍ଷତାଓ ଆନ୍ତରିକତାର ସହିତ ପରିଚାଳନା କରି ଆସୁଥିଲେ l ଗ୍ରାମାଂଚଳ ର ରୋଗୀ ମାନେ ବେଶ ଉପକୃତ ହେବା ସହ ଯୋଜନା ର ସଫଳ ରୂପାୟନ ପାଇଁ କାର୍ଯ୍ୟକାରୀ ଏନ୍ ଜିଓ ଓ ପ୍ରଶାସନକୁ ପ୍ରଶଂସା କରୁ ଥିଲେ l ତେବେ ସରକାର ଅର୍ଥ ନାହିଁ କହି ଗତ ୨୦୨୩ମେ ୧ରୁ ବନ୍ଦ କରି ଦେବା ଫଳରେ ଯାନ ଗୁଡ଼ିକ ପଡ଼ିରହି ନଷ୍ଟ ହେବା କୁ ବସିଲାଣି l ଅର୍ଥ ଅନୁଦାନ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲାପାଳ ସରକାରଙ୍କୁ ଚିଠି ଲେଖି ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ଵାସ୍ଥ୍ୟ ଅଧିକାରୀ କହିଛନ୍ତି l ସରକାର ଯଦି ଅର୍ଥ ଅନୁଦାନ ଯୋଗାଇ ଦେବେ ତେବେ ଏହି ସୁନ୍ଦର ଓ ଲୋକାଭିମୁଖୀ ଯୋଜନା ପୁନର୍ବାର କାର୍ଯ୍ୟ କାରୀ ହୋଇ ପାରନ୍ତା ଓ ଗ୍ରାମାଂଚଳ ର ଗରୀବ ମହିଳା ମାନେ ବେଶ୍ ଉପକୃତ ହୋଇ ପlରନ୍ତେ ବୋଲି ନାଗରିକ ମଞ୍ଚ ସଭାପତି ଡ ଅରୁପ ଜେନା, ମତ ପ୍ରକାଶ କରିଛନ୍ତି l

