ଫୁଲବାଣୀ,୨୪/୦୭(ସୁନୀଲ ପଟ୍ଟନାୟକ):ବ୍ରାଉନ ସୂଗାର ମାମଲା ରେ ପୁଣି ୨ଜଣ କୁ ଗିରଫ୍ କରିଛି ଟାଉନ୍ ଥାନା ପୋଲିସ l ଗିରଫ ଦୁଇ ଜଣ ହେଲେ ଖଜୁରିପଡା ଥାନା ଆର୍ ନୂଆଗାଁ ବର୍ତ୍ତମାନ ଅରବିନ୍ଦ ନଗର ଫୁଲବାଣୀ ରେ ରହୁଥିବା କୁଶ ମୁଖୀ ର ପୁଅ ପ୍ରକାଶ ମୁଖୀ, ଓ ଫୁଲବାଣୀ ସାହି ର ଅରୁଣ ମହାନ୍ତି ଙ୍କ ସ୍ତ୍ରୀ ସୁକାନ୍ତି ମହାନ୍ତି ବୋଲି ଟାଉନ ପୋଲିସ କହିଛି l ଏ ଡୁଇ ଜଣ ଙ୍କୁ ମିଶାଇ ବ୍ରାଉନ ସୂଗାର ମାମଲାରେ ଗିରଫ ସଂଖ୍ୟା ୧୭ରେ ପହଞ୍ଚିଲା l ପୁର୍ବରୁ ୧୬୮/୨୬ ରେ ଓ ଆଜି ୧୫୯/୨୬ରେ ମାମଲା ରୁଜ୍ଜୁ ହୋଇଛି l କନ୍ଧ ମାଳ ଏସପି ରଣେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ବ୍ରାଉନ ସୁଗାର ମାମଲା ର ତଦନ୍ତ କରାଯାଉଛି l ଡ୍ରଗସ ମାମଲା ରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ଏସ ପି ଙ୍କ ନିର୍ଦେଶ କ୍ରମେ ସମସ୍ତ ଥାନା ପୋଲିସ ଡ୍ରଗସ ମାଫିଆ ଙ୍କ ଉପାରେ ସତର୍କ ଦୃଷ୍ଟି ରଖାଯାଇଥିବା ଜଣାପଡ଼ିଛି l

