ବ୍ରହ୍ମପୁର,୨୪।୭(ହିମାଂଶୁ ଶେଖର ସାବତ):ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସୁରଳ ସ୍ଥିତ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସସ୍ମିତା କୁମାରୀ ସାହୁଙ୍କ ତତ୍ତ୍ୱାବଧାନରେ ତଥା ‘ସେବା’ ସମ୍ପାଦିକା ଶ୍ରୀ ଅଳକା ସାହୁଙ୍କ ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଚେତନତା କାର୍ଯ୍ୟକ୍ରମରେ ଲିଙ୍ଗସମାନତା,ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ,ଶିଶୁ ଶ୍ରମିକ ଆଇନ, ଶିଶୁଙ୍କ ବିଭିନ୍ନ ଅଧିକାର,କିଶୋର ନ୍ୟାୟ ଆଇନ,ବାଲ୍ୟ ବିବାହ ନିଷେଧ ଆଇନ,ନିଃଶୁଳ୍କ ଆଇନ ସେବା ଏବଂ ବିଭିନ୍ନ ସରକାରୀ ହେଲ୍ପଲାଇନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବିଦ୍ୟାଳୟର ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଅଧ୍ୟୟନରତ ଉଭୟ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ବିଷୟ ଉପରେ ଜ୍ଞାନ ଆହରଣ କରିଥିଲେ l ଛତ୍ରପୁର ସ୍ଥିତ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଅଧିନ ମହିଳା ସଶକ୍ତିକରଣ କେନ୍ଦ୍ର ର ଲିଙ୍ଗ ବିଶେଷଜ୍ଞ ଶ୍ରୀମତୀ ବବିତା ମହାରଣା,ଅନ୍ୟତମ କର୍ମଚାରୀ ବାପୁଜୀ କନ୍ୟାରୀ,ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ସାର , ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଷଷ୍ଠ ସପ୍ତମ କକ୍ଷରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ‘ଜଷ୍ଟ ରାଇଟସ ଫର ଚିଲଡ୍ରେନ’ ଏବଂ ‘ଇଣ୍ଡିଆ ଚାଇଲଡ଼ ପ୍ରୋଟେକ୍ସନ’ ତରଫରୁ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ କରିବା ପାଇଁ ଉପସ୍ଥିତ ସମସ୍ତଙ୍କ ଦ୍ୱାରା ଏକ ଶପଥ ପାଠ କରାଯାଇଥିଲା l

