ଫୁଲବାଣୀ,୨୫/୦୭(ସୁନୀଲ ପଟ୍ଟନାୟକ):ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଶନିବାର ପବିତ୍ର ସୁନା ବେଶ ଅବସର ରେ ବନ ବିଭାଗ ସହାୟତାରେ ସ୍ଥାନୀୟ ନଗର ବନ ଉଦ୍ୟାନ ପରିସର ରେ ଏକ ମେଗା ବୃକ୍ଷ ରୋପଣକାର୍ଯ୍ୟ କ୍ରମ ସହ ବିଶ୍ବ ପରିବେଶ ସଂରକ୍ଷଣ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡ଼ା ସନ୍ତୋଷ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଏସ ପି ଦିଲ୍ଲୀପ ସାହାଣୀ, ରେଞ୍ଜ ଅଫିସର ଆଶଲତା ଦିଗାଲ, ଫରେଷ୍ଟର ସରୋଜ ମିଶ୍ର ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ରୁ ମୁକ୍ତ ପାଈଁ ବୃକ୍ଷ ରୋପଣ ଜରୁରୀ ବୋଲି କହିଥିଲେ l ରୋଟାରୀ କ୍ଲବ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ସଚେତନତା କରିବା ସହ ବୃକ୍ଷ ରୋପଣ କାର୍ଯ୍ୟ କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ l ରୋଟାରୀ କ୍ଳବ୍ ସଭାପତି ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ରୋଟାରୀ କ୍ଲବ୍ ସମ୍ପାଦକ ସୁନୀଲ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ l ଏହି ଅବସରରେ ଜଗନ୍ନାଥ ରଥ କାଠ ଉଦ୍ଦେଶ୍ୟ ରେ ଫାଶୀ ଗଛ ଓ ଫଳ ବୃକ୍ଷ ରୋପଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଳବ୍ ପୁର୍ବତନ ସଭାପତି ତଥା ଏ ଜି ବିପ୍ର ଚରଣ ପାତ୍ର, ବରିଷ୍ଠ ରୋଟା ରିଆନ ପ୍ରଶାନ୍ତ କୁମାର ପାଣିଗ୍ରାହୀ, କେ ଜ୍ଞାନ ଦୋରା, ହରିଶ୍ଚନ୍ଦ୍ର ମହାରଣା, ରବି ନାରାୟଣ ସୁବୁଦ୍ଧି, ଉପେନ୍ଦ୍ର ମହାପାତ୍ର, ମୋନୋରଞ୍ଜନ୍ ପଟ୍ଟନାୟକ, ବାଲାଜୀ ପାତ୍ର, କ୍ରିଷ୍ଣା ସେନାପତି, ସଂଜିତ ପାତ୍ର, ସିମଞ୍ଚଲ୍ ବେହେରା, ପୱନ୍ ଅଗ୍ରୱାଲ,ସନ୍ତୋଷ ମିଶ୍ର, ବି ଦେବେନ୍ଦ୍ର ପାତ୍ର, ସାମ୍ବାଦିକ ସୁବାସ ପ୍ରଧାନ, ଶିବ ବିଶ୍ବାଳ, ଅଚ୍ୟୁତ ସେଠୀ, ଲଳିତ, ଭି ଭି ଶଙ୍କର, ରମେଶ ପ୍ରଧାନ ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଜଙ୍ଗଲ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

