ଫୁଲବାଣୀ,୨୬।୭(ସୁନୀଲ ପଟ୍ଟନାୟକ):ସ୍ଥାନୀୟ ମୂଖ୍ୟ ଚିକିତ୍ସା ଲୟ ପରିସର ରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ଏଥିରେ ରାଜ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସେଥି ମଧ୍ୟରେ ଡାକ୍ତରଖାନାରେ ଏକ ଜେରିଏଟ ୱାର୍ଡ ଖୋଲିବା, ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିବା, ହୃଦରୋଗୀ ମାନଙ୍କ ପାଇଁ ବିଶେଷଜ୍ଞ ମାସକୁ ଅନ୍ୟୁନ ଦୁଇଦିନ ଆସିବା ବ୍ୟବସ୍ଥା କରିବା , ବିଭିନ୍ନ ୱାର୍ଡରେ ବ।ତାନୁକୁଲିତ ବ୍ୟବସ୍ଥା କରିବା ଆଦି ଅନ୍ତର୍ଭୁକ୍ତ ।ଡାକ୍ତର ପାଢ଼ୀ ଏସବୁ ଦାବି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଡାକ୍ତରଖାନାରେ ପ୍ରଥମ କରି ମ୍ୟୁଜିକ ଥେରାପୀ, ଆଖଣ୍ଡଦିପ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଡାକ୍ତର ପାଢ଼ୀ ଆରମ୍ଭ କରିଥିଲେ। ତେବେ ଅଖଣ୍ଡଦିପ କୁ ସବୁଦିନ ପାଇଁ ପ୍ରଜ୍ୱଳନ ରଖିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆଲୋଚନା ରେ ବରିଷ୍ଟ ଆଇନଜୀବୀ ଅଶୋକ ବେହେରା, ବିଜୟକୃଷ୍ଣ ପଟ୍ଟନାୟକ,ପ୍ରତାପ ପାତ୍ର, ବରିଷ୍ଟ ନାଗରିକ ସର୍ବେଶ୍ୱର ମିଶ୍ର , ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପ୍ରଧାନ, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ପ୍ରଶାନ୍ତ ବେହେରା ସମେତ ବହୁ ବରିଷ୍ଠ ନାଗରିକ ଓ ଅନ୍ୟାନ୍ୟ ସମାଜସେବୀ ଭାଗ ନେଇଥିଲେ।

