କଳାହାଣ୍ଡି,,କୋକସରା ୨୭।୦୭(ରୁପେନ୍ଦ୍ର ସୁନାନୀ):କୋକସରା ବ୍ଲକ,ମାଝୀଗୁଡା ଗ୍ରାମରେ କୁଚିଆ ଦେଶୀ ମଦ କୋଠିରେ ବେଆଇନ ଭାବେ ବହୁଳ ଦେଶୀ ମଦ ପାଉଚ ବିକ୍ରି ହେଉଥିବାରୁ ଗ୍ରାମର ଶ୍ରମିକ,ଦିନ ମଜୁରିଆ,ଖଟିଖିଆ,ଯୁବକମାନେ ମଦ ପିଇ ଗ୍ରାମରେ ବିଶୃଙ୍ଖଳା, ଗଣ୍ଡଗୋଳ କରିବା ସହ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହୋଇ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି କରୁଛନ୍ତି । ଦିନ ମଜୁରିଆ ଦୈନିକ କିଛି ଉପାର୍ଜନ କରି ମଦ ପିଇ ସମସ୍ତ ଟଙ୍କା ପଇସାକୁ ଉଡାଇ ଘରେ ମହିଳା ଙ୍କ ସହ କଳି ଝଗଡ଼ା ,ମାଡ ପିଟ କରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ମଧ୍ୟ ଗ୍ରାମବାସୀମାନେ ଗ୍ରାମରେ ମଦ ବନ୍ଦ ପାଇଁ ସଚେତନ କରି ଟେମରା ଭାଟିରୁ କୁଚିଆ ମଦ ବନ୍ଦ କରିଥିଲେ। ତେବେ କିଛି ମାସ ପରେ ପୁଣି ଗ୍ରାମରେ କୁଚିଆ ମଦ ବିକ୍ରି ବୃଦ୍ଧି ପାଇଛି। ଗ୍ରାମରେ ବୃଦ୍ଧି ପାଉଥିବା କୁଚିଆ ଦେଶୀ ମଦ କୋଠି ବନ୍ଦ ପାଇଁ ରବିବାର ମାଝୀଗୁଡା ଗ୍ରାମ ର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ସଚେତନ ଗ୍ରାମବାସୀ ମାନେ ନିକଟସ୍ଥ ଟେମରା ମଦ ଭାଟିକୁ ଯାଇ ମଦ ଭାଟି କର୍ମଚାରୀଙ୍କୁ ମାଝୀଗୁଡା ଗ୍ରାମକୁ କୁଚିଆ ମଦ ବନ୍ଦ କରିବାକୁ ତାଗିତ କରିଛନ୍ତି। ଯଦି ଆଗକୁ ମଦ ଯୋଗାଣ ବନ୍ଦ ନ କରନ୍ତି ତାହେଲେ ଆଗାମୀ ଦିନରେ ମଦ ଭାଟି ଆଗରେ ଆନ୍ଦୋଳନ ଓ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ମହିଳା ଗୋଷ୍ଠୀ। କୁଚିଆ ମଦ ବନ୍ଦ କରିବା ପାଇଁ ସ୍ଵଂୟ ସହାୟକ ମହିଳା ଗୋଷ୍ଠିର ନାରିନେତ୍ରୀ ହେମଲତା ସୁନାନୀଙ୍କ ନେତୃତ୍ୱରେ ଚିନେ ହାତୀ,ରଜନୀ ଠେଲା,ଶାନ୍ତି ପୋଢ଼,ହୀରାମଣି ଚଣ୍ଡି,ପ୍ରମିଳା ନାଏକ,ଦ୍ରୋପଦି ରଣା, ମଳିତା ପୁଞ୍ଜି,ପାନ ନାଏକ,ଅଞ୍ଜନା ବାଗ,ଶିବରାତି ବାଗ ସମେତ ଯୁଗଳ କିଶୋର ହଂସ,ପଞ୍ଚକ ପୋଢ଼,ଚିତ୍ରସେନ ନାଏକ, ଅମରେଶ ଚଳାନ, ଲକ୍ଷ୍ୟ ପୁଞ୍ଜି,ହର ରଣା, ଲାଲ ବାଗ ପ୍ରମୁଖ ମାଝୀଗୁଡା ଗ୍ରାମକୁ କୁଚିଆ ମଦ ବନ୍ଦ କରିବା ସହ ମଦ ବିକ୍ରି ବନ୍ଦ ନ ହେଲେ ଆନ୍ଦୋଳନ କରିବାକୁ ମହିଳା ଗୋଷ୍ଠୀ ଭାଟି କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି।

