ଫୁଲବାଣୀ,୨୭/୦୭(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଭାବେ ଇଁ. ନିହାର ରଞ୍ଜନ ବେହେରା ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି l ଏଥି ପୂର୍ବରୁ ସେ ମାଲକାନଗିରି ଡ଼ିଭିଜନ ରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଦାୟିତ୍ଵରେ ରହି ବେଶ ନିଷ୍ଠା, ଆନ୍ତରିକତା, ସଚ୍ଚୋଟତା ଓଦକ୍ଷତା ର ସହ କାର୍ଯ୍ୟ କରି ଥିଲେ l ମାଲକାନଗିରି ଜିଲ୍ଲାର କୃଷି ଓ କୃଷକ ର ସାମାଜିକ ଓ ଅର୍ଥ ନୈତିକ ବିକାଶ ପାଇଁ ଅନେକ ଜଳ ସେଚନ ପ୍ରକଳ୍ପ ମାନ ନିର୍ମାଣ କରି ବେଶ ପ୍ରଶଂସା ସାଉଁଟି ଥିଲେ l ସୋମବାର ଦାୟିତ୍ୱରେ ଥିବା ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ଇଁ ସୁପ୍ରଭା କହଁର ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ l ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଜିଲ୍ଲା ଭାବେ ପରିଚିତ କନ୍ଧମାଳ ଜିଲ୍ଲl ବିଶେଷ କରି ଜଳ ସେଚନ କ୍ଷେତ୍ର ରେ ଅବହେଳିତ ଅବସ୍ଥାରେ ରହିଛି ଏଣୁ, ଅଧିକ ରୁ ଅଧିକ ଚାଷ ଜମିକୁ ରବି ଓ ଖରିଫ ଋତୁ ରେ ଯେପରି ଜଳ ସେଚନ ସୁବିଧା ପହଞ୍ଚି ପାରିବ ସେଥି ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି l ଦାୟିତ୍ବ ଗ୍ରହଣ କରିବା ପରେ ବିଭାଗୀୟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କ୍ୟସିଅର, ସେକ୍ସନ ଅଫିସର, ବରିଷ୍ଠ କିରାଣୀ,, କମ୍ପ୍ୟୁଟର ପ୍ରୋଗ୍ରାମର,ବଡ଼ବାବୁ ଓ ଅନ୍ୟମାନେ ପୁଷ୍ପ ଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l

