କନ୍ଧମାଳ,୨୮।୦୭(ବାଳକୃଷ୍ଣ ଚର୍ଚ୍ଚି):ସୋସିଆଲ ମିଡିଆ ଯୁଗରେ ସ୍ଥାନୀୟ ପ୍ରତିଭାମାନେ ନିଜ କଳା ମାଧ୍ୟମରେ ନୂଆ ପରିଚୟ ସୃଷ୍ଟି କରୁଛନ୍ତି। ସେହିଭଳି ଗଞ୍ଜାମ ଜିଲ୍ଲାର ‘ଆମେ ଟୋକା ପାତ୍ରପୁରିଆ’ କମେଡି ଟିମ୍ ୟୁଟ୍ୟୁବ୍ରେ ବେଶ୍ ଲୋକପ୍ରିୟ ହୋଇପାରିଛି। ଟିମ୍ର କମେଡି ଭିଡିଓ ଏବେ ଘରେ ଘରେ ପହଞ୍ଚିଥିବା ବେଳେ ଦର୍ଶକଙ୍କ ଭଲପାଇବା ମଧ୍ୟ ପାଉଛି।ଟିମ୍ର ମୁଖ୍ୟ ବାମେଦେବ ରାଉଳ ଓ ନାରାୟଣ ସାହୁଙ୍କ ନେତୃତ୍ୱରେ ବିଭିନ୍ନ ଗାଁ ଓ ଅଞ୍ଚଳରେ କମେଡି ପରିବେଷଣ କରାଯାଉଛି। ‘ଜଗନ୍ନାଥ କମେଡି’, ‘ଆମେ ଟୋକା ପାତ୍ରପୁରିଆ’, ‘ନାତୁଣୀ ଲୋ ନାତୁଣୀ’ ଏବଂ ‘ପାଠ ପଢ଼ିବେ ନିମୋଡା ନିମୋଡା’ ଭଳି ଅନେକ କମେଡି ମାଧ୍ୟମରେ ଟିମ୍ ବେଶ୍ ସୁନାମ ଅର୍ଜନ କରିଛି।ବାମେଦେବ ରାଉଳ ପେଶାରେ ଜଣେ ମନ୍ଦିର ପୂଜାରୀ ହୋଇଥିଲେ ମଧ୍ୟ ଅଭିନୟ ଓ କମେଡି ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଛି। ସେହି ଆଗ୍ରହକୁ ଆଧାର କରି ସେ ଆଜି ସୋସିଆଲ ମିଡିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଟିମ୍ର ପ୍ରତ୍ୟେକ କମେଡି ଭିଡିଓକୁ ହଜାର ହଜାର ଦର୍ଶକ ଦେଖୁଥିବା ବେଳେ କେତେକ ଭିଡିଓ ୪ ହଜାରରୁ ଅଧିକ ଭ୍ୟୁ ପାଇଥିବା ସୂଚନା ମିଳିଛି। ଗଞ୍ଜାମର ଏହି ସ୍ଥାନୀୟ କଳାକାର ଟିମ୍ର ସଫଳତାକୁ ନେଇ ଅଞ୍ଚଳବାସୀ ମଧ୍ୟ ଖୁସି ପ୍ରକାଶ କରୁଛନ୍ତି।

