ଫୁଲବାଣୀ,୨୯।୦୭ (ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲାକୁ ନିଶା ମୁକ୍ତ କନ୍ଧମାଳ ଭାବେ ପରିଚିତ କରାଇବାକୁ ନୂତନ ଭାବେ ଯୋଗ ଦେଇଥିବା ଏସପି ରମେନ୍ଦ୍ର ପ୍ରସାଦ ଙ୍କ ଉଦ୍ୟମ୍ ସତରେ ପ୍ରଶଂସନୀୟ l ଦାୟିତ୍ୱ ଗ୍ରହଣ କରିବା ର ଦିନ କେଇଟା ମଧ୍ୟରେ ସେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କୁ ରୋକିବା ସହ ଏହାର ମୂଳ ଉତ୍ପାଟନ କରିବା ପାଇଁ ପ୍ରୟାସ ଆରଂଭ କରିଛନ୍ତି l ଏଥି ସହ ସହର ରେ ଚାଲି ଆସିଥିବା ଡ୍ରଗସ କାରବାର କୁ ମଧ୍ଯ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଉଦ୍ୟମ ଆରଂଭ କରିଛନ୍ତି l ଡ୍ରଗସ ଜବତ କରିବା ସହ ଏ ସଂପର୍କରେ ୧୭ଜଣ ଡ୍ରଗସ ବେପାରୀ ଙ୍କୁ ଗିରଫ କରିଛି ପୋଲିସ l ଆଉ କିଛି ବଡ ଡ୍ରଗ ସ ମାଫିଆ ଙ୍କୁ ଖୋଜୁଛି ପୋଲିସ l ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆସିଛି l ଯୁବ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିଷ୍ଠା ପର ଉଦ୍ୟମ,ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏ ସବୁ ସମ୍ଭବ ହୋଇଥିବା ଜଣାପଡିଛି l ସେହିପରି ଅତିରିକ୍ତ ଏସ ପି ବିଭୂତି ଭୂଷଣ ମହାପାତ୍ର, ଏସ ଡିପିଓ ଫୁଲବାଣୀ ସୁଭ୍ରଜିତ ବିଶ୍ବାଳ ଓ ବାଲିଗୁଡ଼ା ଏସଡି ପି ଓ ଶୁଭମ୍ ଭୋସଲେ ଙ୍କ ଉଦ୍ୟମ ପ୍ରଶଂସନୀୟ l ମାଦକ ଦ୍ରବ୍ୟ ଚୋରା ଚାଲାଣ କୁ ରୋକିବା ପାଇଁ ପୋଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ଜାରୀ ରଖିଛି l କନ୍ଧମାଳ କୁ ନିଶାମୁକ୍ତ କରିବା ପାଇଁ ସମସ୍ତ ଙ୍କ ଆନ୍ତରିକ ସହଯୋଗ ଆବଶ୍ୟକ ବୋଲି ଏସପି କହିଛନ୍ତି l ଏସ ପି ଙ୍କ ଆନ୍ତରିକ ପ୍ରୟାସ କୁ ପୁର୍ବତନ ନଗର ପାଳ ତଥା ସମାଜ ସେବୀ କମଳା କାନ୍ତ ପାଣ୍ଡେ, ଜିଲ୍ଲା ନlଗରିକ ମଂଚ ସାଧାରଣ ସମ୍ପାଦକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ମଧ୍ଯ ସ୍ବାଗତ କରିଛନ୍ତି ଓ ସହଯୋଗ କରିବେ ବୋଲି କହିଛନ୍ତି l

