ଖୋରଧା,୫।୮(କେଦାର ନାଥ ସାହୁ):ଓଡ଼ିଶା ବିଧାନ ସଭାର ବିଭାଗୀୟ ସ୍ଥାୟୀ କମିଟି (ଦଶମ) ବିଧାୟକ, ଆଠଗଡ଼, ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ନେତୃତ୍ୱରେ , ବିଧାନ ସଭା ମୁଖ୍ୟ ସଚେତକ , ବିଧାୟକ, ବଉଦ, ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ମାନ୍ୟବର ବିଧାୟକ, ଚିତ୍ରକୁଣ୍ଡା, ଶ୍ରୀଯୁକ୍ତ ମଙ୍ଗୁ ଖିଲା, ବିଧାୟକ , ସୋରୋ, ଶ୍ରୀଯୁକ୍ତ ମାଧବ ଧଡା ଏକ ଦିନିକିଆ ଖୋରଧା ଜିଲ୍ଲା ଗସ୍ତରେ ଆସି ଛତାବର ନିକଟସ୍ଥ ଓଡ଼ିଶା ରାଜ୍ୟ ପାନୀୟ ତଥା ପେୟ ଦ୍ରବ୍ୟ ନିଗମ ଭଣ୍ଡାର ଘର,ପରେ ଯୁବିଲି ବଟଲର ପ୍ରାଇଭେଟ୍ ଲିମିଟେଡ ପରେ ୟୁନାଇଟେଡ ବ୍ରିଓରିଜ୍ ପ୍ରାଇଭେଟ୍ ଲିମିଟେଡ, ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରି ଖୋରଧା ଜିଲ୍ଲା କୁ ନିଶାମୁକ୍ତ କରି ଭାରତ ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ନିମନ୍ତେ ସମସ୍ତେ ଆଗେଇ ଆସିବାକୁ ଗୁରୁତ୍ୱାରୋପ କରି ତୃଣମୂଳ ସ୍ତରରେ ଛାତ୍ର ଛାତ୍ରୀ ଯୁବକ ଯୁବତୀ ମାନେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଆହ୍ଵାନ ଦେଇଥିଲେ l ଏହି ପରି ପ୍ରେକ୍ଷିରେ ଖୋରଧା ଏବଂ ଭୁବନେଶ୍ୱର ଅବକାରୀ ଜିଲ୍ଲାର ସଂପୃକ୍ତ ଅଧିକାରୀଙ୍କ ସହ କମିଟି ବିଭିନ୍ନ ଅଗ୍ରଣୀ ଯୋଜନା ଓ କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଥିଲେ l ଅବକାରୀ ବିଭାଗର ଭିତ୍ତିଭୂମି ସୁଦୃଢ କରିବାକୁ ଅବକାରୀ ଅଧିକ୍ଷକ, ଭୁବନେଶ୍ୱର ଶ୍ରୀ ଦେବାଶିଷ ପଟେଲ କମିଟି ର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଧାୟକ ବୃନ୍ଦ ଖୋରଧା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଜବତ କରାଯାଇଥିବା ଯାନ ଗୁଡ଼ିକୁ ହଟାଇବା ଦାବିରେ ବିଧିବଦ୍ଧ ଆଇନ ଆଣିବାକୁ ଅବକାରୀ ଅଧିକ୍ଷକ, ଖୋରଧା ଶ୍ରୀମତୀ ସୁମତି ତ୍ରିପାଠୀ ପ୍ରସ୍ତାବ କମିଟି ସମ୍ମୁଖରେ ରଖିଥିଲେ l କମିଟି ର ବିଧାୟକ ବୃନ୍ଦ ଅବକାରୀ ଖୋରଧା ରେଞ୍ଜ ଅଧୀନ, ଖୋରଧା,ଜଟଣୀ, ବେଗୁନିଆ, ଟାଙ୍ଗୀ ରେଞ୍ଜ ଅଧୀନ ଟାଙ୍ଗୀ ଓ ବାଲୁଗାଁ, ଜିଲ୍ଲା ମୋବାଇଲ ୟୁନିଟ୍, ଖୋରଧା, ଭୁବନେଶ୍ୱର ରେଞ୍ଜ ୧ ଅଧୀନ ଭୁବନେଶ୍ୱର -୧, ବାଲିଅନ୍ତା, ଭୁବନେଶ୍ୱର ରେଞ୍ଜ ୨ ଅଧୀନ ଭୁବନେଶ୍ୱର ୨, ଭୁବନେଶ୍ୱର ୩ ଏବଂ ଭୁବନେଶ୍ୱର ଜିଲ୍ଲା ମୋବାଇଲ ୟୁନିଟ୍ ର ନିଶାମୁକ୍ତ ଭାରତ ଅଭିଯାନର ବିଭିନ୍ନ ନ କାର୍ଯ୍ୟକ୍ରମ କର୍ମଚାରୀ ବୃଦ୍ଧି, ମଦ ଦୋକାନ ନବୀକରଣ, ବେଆଇନ ନିଶା କାରବାର ଚଢ଼ାଉକୁ ଜୋରଦାର କରିବା, ଜବତ ଧନ ଓ ଅବୈଧ ମଦ ବିରୁଦ୍ଧରେ ଅଧିକ କଡା ପଦକ୍ଷେପ ନେବାକୁପରାମର୍ଶ ଦେଇଥିଲେ ।

