ଫୁଲବାଣୀ,୭/୦୮(ସୁନୀଲ ପଟ୍ଟନାୟକ):ଗୁରୁବାର ରାଜ୍ୟ କୃଷି ବିଭାଗ ଯୁଗ୍ମ ନିର୍ଦେଶକ ବାବୁଲି ଚରଣ ସେଠୀ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଖଜୁରିପଡା ବ୍ଲକ୍ ଅନ୍ତର୍ଗତ ଦୂତିମେଣ୍ଡି ପଂଚାୟତ ର ପ୍ରେମଝରି ଗ୍ରାମ ଗସ୍ତ କରି ସେଠାରେ ଉଦ୍ୟାନ ବିଭାଗ ଓ କୃଷି ବିଭାଗ ର ମିଳିତ ଆନୁକୁଲ୍ୟରେ ବିଭିନ୍ନ କୃଷି ପ୍ରକଳ୍ପ ଓ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ରେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ବୁଲି ଦେଖିବା ସହ ଚାଷୀ ମାନଙ୍କ ସହ ଉତ୍ପାଦନ କୌଶଳ ଓ ସରକାରୀ ପ୍ରୋତ୍ସାହନ ସଂପର୍କରେ ସିଧାସଳଖ ଆଲୋଚନା କରିଥିଲେ l ପରେ କାର୍ଯ୍ୟକ୍ରମ ର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଯୁଗ୍ମ କୃଷି ନିର୍ଦେଶକ ସେଠୀ l କମ ଖର୍ଚ୍ଚ ଓ କମ ଜଳ ବ୍ୟବହାର କରି ଅଧିକ ଉତ୍ପାଦନ କରାଯାଇପାରିବ ସେ ନେଇ ପରମର୍ଶ ଦେଇଥିଲେ l ଚାଷ କାର୍ଯ୍ୟ ସରକାରଙ୍କ ନିର୍ଦେଶ ପ୍ରକାରେ କରଯାଇଥିବା ଦେଖି ଖୁସୀ ବ୍ୟକ୍ତ କରିଥିଲେକୃଷି ବିଭାଗ ଯୁଗ୍ମ ନିର୍ଦେଶକ ବାବୁଲି ଚରଣ ସେଠୀ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ପବିତ୍ର ମୋହନ ସାହୁ, ଉଦ୍ୟାନ ବିଭାଗ ଉପ ନିର୍ଦେଶକ ଶ୍ରୀମତି ସ୍ମିତା ମହାନ୍ତି, ବ୍ଲକ କୃଷି ଅଧିକାରୀରଶ୍ମିତା ସ୍ବାଇଁ , ଅତିରିକ୍ତ ବ୍ଲକ୍ କୃଷି ଅଧିକାରୀ ମମତା ମହାନ୍ତି ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସେୟାର ଅନୁଷ୍ଠାନ ମୁଖ୍ୟ କରମତ ଅଲ୍ଲୀ ଖାଁନ ପ୍ରମୁଖ ଙ୍କ ସମେତ କୃଷି ଓ ଉଦ୍ୟlନ୍ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

