ବ୍ରହ୍ମପୁର,୨୦/୮(ନିଗମାନନ୍ଦ ପଣ୍ଡା):ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ କୁ ପାଳନ କରିଛି ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ । ଜିଲ୍ଲା କଂଗ୍ରେସ ସଭାପତି (ପୂର୍ବ) ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବାପୁଜୀ ଆଶ୍ରମ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ତତ୍କାଳୀନ କଂଗ୍ରେସରେ ରହିଥିବା ସ୍ଥିରତା ଏବଂ ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ କଂଗ୍ରେସ ସଭାପତି। କଂଗ୍ରେସ ନେତୃତ୍ୱ ସମୟରେ ଗାନ୍ଧୀ ପରିବାରର କଂଗ୍ରେସ ଦଳ ଓ ଭାରତ ରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ଖଟେଇ । ଏହିଅବସରରେ କଂଗ୍ରେସ ଉପସଭାପତି ବୃନ୍ଦାବନ ଖଟେଇ ,ଉପସଭାପତି ଅଶୋକ ପଟ୍ଟନାୟକ, ଶଙ୍କର ସୁବୁଦ୍ଧି,ମହିଳା ସଭାନେତ୍ରୀ ସୁବାସିନୀ ପଟ୍ଟନାୟକ, ମିଡିଆ ସେଲ ଅଧ୍ୟକ୍ଷ ସିଦ୍ଧାନ୍ତ କୁମାର୍ ସାହୁ,ପ୍ରହଲ୍ଲାଦ ଗୌଡ଼, କାଳୀ ପ୍ରସାଦ ପାଢ଼ୀ, ପ୍ରହ୍ଲାଦ ଗୌଡ଼ ଙ୍କ ସମେତ ଚାତ୍ର,ଯୁବ,ମହିଳା କଂଗ୍ରେସ ଓ ସେବା ଦଳ ର ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

