ଜଗନ୍ନାଥପ୍ରସାଦ,୨୦/୦୮ (ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଚୋପରା ନିକଟରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା। ବସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଛାମୁଣ୍ଡା ଗାଁର ଆଲୋକ ପ୍ରଧାନ,ଭୁବନେଶ୍ୱରରୁ ପଟାଧାର ଯାଉଥିବା ‘ଶୁଭମ’ ବସ ସହ ଦୁର୍ଘଟଣା ସୂଚନା ଅନୁସାରେ, ‘ଶୁଭମ’ ନାମକ ଏକ ଘରୋଇ ବସ ଭୁବନେଶ୍ୱରରୁ ଚୋପରା ରାସ୍ତା ଦେଇ ପଟାଧାର ଅଭିମୁଖେ ଯାଉଥିଲା। ଏହି ସମୟରେ ଛାମୁଣ୍ଡା ଗାଁର ଯୁବକ ଆଲୋକ ପ୍ରଧାନ କୌଣସି କାମରେ ବାଇକ ଯୋଗେ ଜଗନ୍ନାଥପ୍ରସାଦ ଆସୁଥିଲେ।ତେବେ ରାସ୍ତାରେ ବସ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଗନ୍ନାଥପ୍ରସାଦ ପୋଲିସ ପହଞ୍ଚି ଗୁରୁତର ଯୁବକଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ବସକୁ ଜବତ କରି ଥାନାକୁ ଆଣିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇ ଅଧିକ ତଦନ୍ତ ଜାରି ରଖିଛି।

