ଖୋର୍ଦ୍ଧା,୨୦।୮(କେଦାର ନାଥ ସାହୁ):ପିଆଜ ର ବର୍ଦ୍ଧିତ ଦର ବୃଦ୍ଧି ରୋକିବା ପାଇଁ ମାନ୍ୟବର ଯୋଗାଣ ମନ୍ତ୍ରୀ ଙ୍କ ନିର୍ଦେଶ ରେ ଓ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ପ୍ରତାକ୍ଷ ତତ୍ୱାବଧାନ ରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଜିଲ୍ଲାର ଖୋର୍ଦ୍ଧା ଓ ଭୁବନେଶ୍ୱର ର ବିଭିନ୍ନ ବଜାର ଉପରେ ଚଢ଼ାଉ କରାଯାଇଥିଲା. ଭୁବନେଶ୍ୱର ର ଆଈଗିଣିଆ ଠାରେ ଥିବା ବିଭିନ୍ନ ପିଆଜ ଗୋଦାମ ଉପରେ ଚଢ଼ାଉ କରାଯାଇ ଗଛିତ ପରିମାଣ ଓ ମୂଲ୍ୟ ଉପରେ ତଦାରଖ କରା ଯାଇଥିଲା.ଯାଞ୍ଚ ରୁ ଜଣା ପଡିଥିଲା ଯେ ଆସିବା ସ୍ଥାନରୁ ମୂଲ୍ୟ ବୃଦ୍ଧି ହୋଇଥିବାରୁ ରାଜ୍ୟ ର ବିଭିନ୍ନ ସ୍ଥାନରେ ମୂଲ୍ୟ ବୃଦ୍ଧି ଘଟିଛି. କ୍ରୟ ସ୍ଥାନରେ ମୂଲ୍ୟ କିଲୋ ପିଛା 37.00 ରୁ 42.00 ଥିବାର ଗୋଦାମ ମାଲିକ ମାନେ ଜଣାଇଥିଲେ. ଏଥି ପାଇଁ ଖୁଚୁରା ଦୋକାନ ମାନଙ୍କ ରେ ମୂଲ୍ୟ 40.00 ରୁ 45.00 ପର୍ଯ୍ୟନ୍ତ ବିକ୍ରି ହେବାର ଦେଖା ଦେଇଥିଲା. ସମସ୍ତ ଖୁଚୁରା ଏବଂ ହୋଲସେଲର ମାନଂକୁ ସେମାନଙ୍କର ଗଛିତ ଓ ମୂଲ୍ୟ ସାରଣୀ ଦୋକାନ ସାମ୍ନା ରେ ମାରିବା ପାଇଁ ନିର୍ଦେଶ ଦିଆ ଯାଇଥିଲା. ଜଣା ଯାଇଥିଲା ଯେ ଆମଦାନୀ ପରିମାଣ ରେ କୌଣସି କମ ହୋଇନାହିଁ.ତେଣୁ ବଜାର ରେ ପିଆଜ ଆବଶ୍ୟକ ଅନୁଯାଇ ମହଜୁଦ ଅଛି.ଖୋର୍ଦ୍ଧା ର ମୁନିସିପାଲିଟି ବଜାର ସହ ଭୁବନେଶ୍ୱର ର ଚାରି ନୁମ୍ବର ମାର୍କେଟ, ଇନ୍ଦ୍ରଧନୁ ମାର୍କେଟ, କୋଚିଲେଇ ହାଟ ଓ ଏକ ନମ୍ବର ବଜାର ରେ ଜାଞ୍ଚ କରା ଯାଇଥିଲା.ଚଢ଼ାଉରେ ଯୋଗାଣ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ ଦତ୍ତ, ଓ ନିରୀକ୍ଷିକା ଅଲିଭା ଦାସ, ରିତା ମାଝୀ, ଓ ଶ୍ରଦ୍ଧାଞ୍ଜଳି ସେଠି ଆଦି ଉପସ୍ଥିତ ଥିଲେ.ଏଇ ଯାଞ୍ଚ ଜାରି ରହିବ ବୋଲି ଯୋଗାଣ ବିଭାଗ ରୁ ଜଣା ପଡିଛି

