ଫୁଲବାଣୀ,୨୭।୦୯(ସୁନୀଲ ପଟ୍ଟନାୟକ):ରବିବାର କୋର୍ଟ ଛକ ରେ ଏକ ଅଜଣା ଗାଡ଼ି ଧକ୍କା ରେ ଗୋଟି ଏ ବାଛୁରୀ ଆହତ ହେବା ଫଳରେ ସେ ଯନ୍ତ୍ରଣା ରେ ଛଟ ପଟ ହେଉଥିବା ଦେଖି ସେଠାରେ ଥିବା ଆପ ନେତା ତଥା ସମାଜ ସେବୀ ଗିରିଶ ପଟ୍ଟନାୟକ ଓ ଅନ୍ୟ ମାନେ ୧୯୬୦ପ୍ରାଣୀ ବିଭାଗ କୁ ଫୋନ ଯୋଗେ ଜଣାଇବା ପରେ ତତକ୍ଷଣାତ୍ ପ୍ରାଣୀ ବିଭାଗ କର୍ମଚାରୀ ପହଞ୍ଚି ଆହତ ବାଛୁରୀ ର ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇଥଲା l ଏଣୁ ପ୍ରାଣୀ ବିଭାଗ କର୍ମଚାରୀ ମାନଙ୍କୁ ଉପସ୍ଥିତ ଜନସାଧାରଣ ଧନ୍ୟ ବାଦ ଜଣାଇଥିଲେ l ତେବେ ପୌର ପରିଷଦ ପକ୍ଷରୁ ବୁଲା ଗୋରୁ ଗାଈ ଙ୍କୁ ରାସ୍ତା ରୁ ହଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ lଫଳରେ ଗୋରୁ ଗାଈ ସୁରକ୍ଷିତ ରହିପାରିବେ ବୋଲି ସମାଜ ସେବୀ ଗିରିଶ ପଟ୍ଟନାୟକ କହିଛନ୍ତି l

