ଫୁଲବାଣୀ,୦୩।୧୧(ସୁନୀଲ ପଟ୍ଟନାୟକ):ବାତ୍ୟା ଅର୍ଣ୍ଣବ ର ପ୍ରଭାବ ରେ ଗଞ୍ଜାମଓ କନ୍ଧମାଳ ଜିଲ୍ଲା ର ସୀମାନ୍ତ ବର୍ତୀ ଅଞ୍ଚଳ ରାଇକିଆ ବ୍ଲକ୍ ଅନ୍ତର୍ଗତ ଡାଙ୍ଗେସି ଭୁଷ୍ଫଳନ ରେ ନିଖୋଜ ଙ୍କ ମଧ୍ୟରୁ ଆଉ ଏକ ଶବ ଉଦ୍ଧାର ହୋଇଥିବା ନେଇ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ସୋମବାର ବିଳମ୍ବିତ ରାତିରେ ସାମ୍ବାଦିକ ଙ୍କୁ ସୁଚନା ଦେଇଛନ୍ତି l ମୃତକ ଙ୍କ ନାମ ରବୀ ମଲିକ ବୋଲି ଜଣା ପଡିଛି l ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚି ଥିବା ବେଳେ ଆଉ ୧୦ଜଣ ନିଖୋଜ ଥିବା କୁହାଯାଉଛି l ଅଗ୍ନିଶମ ବିଭାଗ, ଓଡ୍ରା ଫ, ଏସ ଓ ଜି, ରେଳ ବାଇ ପୋଲିସ୍ , ସ୍ଥାନୀୟ ଲୋକଙ୍କ ସହାୟତାରେ ପଥର ବ୍ଲାଷ୍ଟ୍ କରି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ କହିଛନ୍ତି l ସେହିପରି କୁହା ବାଡ଼ି ଗ୍ରାମର ବିଜୟ ପ୍ରଧାନ ଓ ତାଙ୍କ ପରିବାର ମୋଟ ୫ଜଣ ନିଖୋଜ ଥିବା ସଂପର୍କରେ ପଚା ରି ବାରେ ସେ ମୋଟ ନିଖୋଜ ୧୨ଜଣ ତାଲିକାରେ ସେଇ ୫ଜଣ ସାମିଲ ଥିବା କହିଛନ୍ତି l ତେବେ ଗମନା ଗମନ ସୁବିଧା ନଥିବା ଓ ପଥର ଓ ମାଟି ଥିବାରୁ ଉଦ୍ଧାର କାର୍ଯ୍ୟ କିଛିଟା ବିଳମ୍ବ ହେଉଥିବା ଜିଲାପାଳ ବେଦ ଭୂଷଣ କହିଛନ୍ତି l ସମସ୍ତ ଉଦ୍ଧାର କାର୍ଯ୍ୟ ସରିବା ପରେ ଭୋଟର ତାଲିକା ଓ ଆଧାର ଯାଞ୍ଚ କରିବା ପରେ କିଏ କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇଯିବ ବୋଲି କହିଥିଲେ l ରାଜ୍ୟ ସରକାର ବନ୍ୟା ପ୍ୟାକେଜ ଘୋଷ ଣା କରିଛନ୍ତି ଏଣୁ ସମସ୍ତ ମୃତକ୍ ଙ୍କ ପରିବାର ଓ କ୍ଷତି ଗସ୍ତ ଲୋକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ସାମ୍ୱାଦିକ ସମ୍ମିଳନୀରେ ଏସପି ରମେନ୍ଦ୍ର ପ୍ରସାଦ ଉପସ୍ଥିତ ଥିଲେ l

