ଜଗନ୍ନାଥ ପ୍ରସାଦ,୦୨।୧୦ (ପୂର୍ଣ୍ଣଚନ୍ଦ୍ର ବାରିକ): ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଅବସରରେ ଗଞ୍ଜାମ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୟସ୍କ ନାଗରିକଙ୍କ ସୁରକ୍ଷା, ସମ୍ମାନ ଓ ସୁସ୍ଥତାକୁ ଗୁରୁତ୍ୱ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଜଗନ୍ନାଥ ପ୍ରସାଦ ଥାନାଅଧିକାରୀ ପ୍ରମୋଦ କୁମାର ଲେଙ୍କା ଙ୍କ ତତ୍ୱାବଧାନ ରେ ବୟସ୍କ ନାଗରିକଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରାଯାଇ ସେମାନଙ୍କ ସମସ୍ୟା, ସୁରକ୍ଷା ଓ ସାମାଜିକ ସହଯୋଗ ନେଇ ଆଲୋଚନା କରାଯାଇଥିଲା। ବୟସ୍କମାନଙ୍କ ପ୍ରତି ଯତ୍ନ, ସମ୍ମାନ ଓ ସହଯୋଗର ବାର୍ତ୍ତା ଏହି ଅବସରରେ ପ୍ରଦାନ କରାଯାଇଥିଲା।ଗଞ୍ଜାମ ପୋଲିସ ପକ୍ଷରୁ କୁହାଯାଇଛି ଯେ, ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ପ୍ରତି ପୋଲିସ ସଦା ପ୍ରତିବଦ୍ଧ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଜନସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ।

