ଫୁଲବାଣୀ,୩୦।୧୦(ସୁନୀଲ ପଟନାୟକ):ଅର୍ଣ୍ଣବ ବାତ୍ୟା ର ପ୍ରଭାବରେ ରାଇକିଆର ମାଣିକେଶ୍ବର ଗ୍ରାମ ପଞ୍ଚାୟତ ର ଡ଼ଙ୍ଗୀସପଡା ଗ୍ରାମର ରାସ୍ତା ଧୋଇ ହୋଇଯିବା ସହ ଗ୍ରାମରେ ପ୍ରବଳ ପାଣି ପଶିଥିଲା ଫଳରେ ଗୋଟିଏ ପରିବାର ର ତିନିଜଣ ଭାସିଯାଇଥିଲେ! ଓଡ୍ରାଫ ଟିମ ଖୋଯିବା ଆରମ୍ଭ କରିଥିଲେ! ଏତେ ପାଣି ଆସିବ ବୋଲି କେହି ଆକଳନ କରିନଥିଲେ!ଡ଼ଙ୍ଗାସୀ ପଡା ଗ୍ରାମରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଓ ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ତହସିଲଦାର, ବିଡ଼ିଓ ଓ ଅନ୍ୟାନ୍ୟ ପ୍ରଶାସନ ଅଧିକାରୀ ମାନେ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି! ସମ୍ପୂର୍ଣ ଅଞ୍ଚଳ ପାଣି ଓ କାଦୁଅ ରେ ପରିପୂର୍ଣ ହୋଇଛି l କାଦୁଅରେ ପଶି ଓଡ୍ରାଫ ଟିମ କାଦୁଅ ରୁ ସମସ୍ତ ଙ୍କ ଶବ ଉଦ୍ଧାର କରିଥିଲେ! ମୃତକ ମାନେ ହେଲେ ଅଚ୍ୟୁତ ପ୍ରଧାନ, ମାନସୀ ପ୍ରଧାନ ଓ ବର୍ଷକ ର ଶିଶୁ l ମୃତକ ଙ୍କ ପରିବାର ଙ୍କୁ ୪ଲକ୍ଷ୍ ଟଂକା ଲେଖାଏଁ କ୍ଷ ତି ପୂରଣ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଛି l କନ୍ଧ ମାଳ ଜିଲ୍ଲା ଦାୟିତ୍ବ ରେ ଥିବା ମନ୍ତ୍ରୀ ରବୀ ନାରାୟଣ ନାୟକ ବିଭିନ୍ନ କ୍ଷତି ଗସ୍ତ ଅଞ୍ଚଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି l ଏହି ଘଟଣା ରେ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଜିଲ୍ଲା ପାଳ ବେଦଭୂଷଣ ଘଟଣା ରେ ଦୁଃଖ ପ୍ରକାଶ କରିବା ସହ ମୃତକ ଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

