ବ୍ରହ୍ମପୁର,୨୦/୪:(ହିମାଂଶୁ ଶେଖର ସାବତ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜାମୁନି ଗ୍ରାମ ସ୍ଥିତ ସରକାରୀ ଅଶୋକ ହାଇସ୍କୁଲରେ ପୁରାତନ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆଲୁମିନ ମିଟ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶିଶିର କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଇନ୍ଦ୍ରଜିତ ନାୟକ ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ବକ୍ତାଭାବେ ପୂର୍ବତନ ଶିକ୍ଷକ କାଳୀ ଚରଣ ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅମୁଲ୍ୟ ସମ୍ପର୍କକୁ ନେଇ ଆଲୋକପାତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ, ପି.ନାରାୟଣ, ମହେଶ୍ୱର ବେହେରା,ଶିକ୍ଷୟତ୍ରୀ ଗାୟତ୍ରୀ ମହାପାତ୍ର,ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ସୁଜାତା ମହାପାତ୍ର, ସ୍ଥାନୀୟ ସମାଜସେବୀ ନୀଳାଞ୍ଚଳ ପାଣିଗ୍ରାହୀ, ବିଦ୍ୟାଳୟର ସଭାପତି କାମରାଜୂ ସେଠି ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ପୁରାତନ ଶିକ୍ଷକଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇ ଛାତ୍ରଛାତ୍ରୀ ସେମାନଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। ଦୀର୍ଘ ୧୭ ବର୍ଷ ପରେ ବିଦ୍ୟାଳୟର ୨୦୦୮-୦୯ ବ୍ୟାଚର ଦଶମ ଶ୍ରେଣୀର ସହପାଠୀ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମ ଅବସରରେ ପୁରାତନ ଛାତ୍ରଛାତ୍ରୀ ନିଜର ଶିକ୍ଷା ଜୀବନର ସେହି ସ୍ମୃତିମୟ ଦିନଗୁଡ଼ିକୁ ମନେପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ। ଦୀର୍ଘ ବର୍ଷ ପରେ ସହପାଠୀଙ୍କ ସହ ହସ ଖୁସି,ଅନୁଭବ ବିନିମୟ ଓ ପୁରୁଣା ଦିନର କଥାବାର୍ତ୍ତାରେ ସମସ୍ତେ ପୂରୁଣା ସ୍ମୁତିକୂ ପୁନର୍ଜୀବିତ କରିଥିଲେ l ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ପରସ୍ପର ମଧ୍ୟରେ ଦୀର୍ଘ ବର୍ଷର ଅନୁଭୂତିକୁ ବାଣ୍ଟିଥିଲେ l ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟକୁ ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ଏକ ସୁନ୍ଦର ମୂର୍ତ୍ତୀ ଉପହାର ସଦୃଶ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ରୀ ଜ୍ୟୋସ୍ନା କୁମାରୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର ସୁଶାନ୍ତ ପଣ୍ଡା, ନିଗମାନନ୍ଦ ରାଉତ, କୃଷ୍ଣ ଚନ୍ଦ୍ର ସାହୁ, ଦିଲ୍ଲୀପ ମହାରଣା, ଜଗଦିଶ ବେହେରା,ଜୟନ୍ତ ତ୍ରିପାଠୀ,ଆଲୋକ ତ୍ରିପାଠୀ,ଅନିତା ରାଉଳଙ୍କ ସହ ବିଦ୍ୟାଳୟର ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି l

