ଫୁଲବାଣୀ,୧୩।୧୦(ସୁନୀଲ ପଟନାୟକ):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳଏସପି ରମେନ୍ଦ୍ର ପ୍ରସାଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ବିଲାବାଡି ପଞ୍ଚାୟତ ର ଗଞ୍ଜେଇ ର ଗନ୍ତାଘର ବୋଲି କୁହାଯାଉଥିବା କାକେନ୍ଦ୍ରୀ ଜଙ୍ଗଲ ରେ ଗଂଜେଇ ଚାଷ କରୁଥିବା ତିନିଜଣ ଗଂଜେଇ ଚାଷୀ ଙ୍କୁ ଏସ ପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦ୍ଧେଶରେ ସୁଦୃକୁମ୍ପା ପୋଲିସ ଗିରଫ କରିଛି! ଗିରଫ ବ୍ୟକ୍ତି ମାନେ ବେଆଇନ୍ ଗଂଜେଇ ଚାଷ କରୁଥିଲେ! ଆଇଜି ହିମାଂଶୁ ଲାଲ ଙ୍କ ସୁଡ଼କୁମ୍ପା ସ୍ଥିତ ନିଶାମୁକ୍ତ ଅଭିଯାନ ସମାବେଶ ରେ ନିଶାମୁକ୍ତ କନ୍ଧମାଳ ଘୋଷଣା ପରେ ଏହି ଗିରଫଦାରି ହୋଇଛି l! ଏହା କନ୍ଧମାଳ ପୋଲିସ ପାଈଁ ଏକ ଭଲଓ ବଦ ସଫଳତା ବୋଲି କୁହା ଯାଉଛି l ସୁଡ଼ରୁକୁମ୍ପା ନିଶାମୁକ୍ତ ସମାବେଶରେ ଚାରି ଆଇ. ପି ଏସ ଅଫିସର. କନୱାର ବିଶାଳ ସିଂ,କୁଲ,ଦୀପ ମୀନା, ଶ୍ରୀ କୁନାଲ କୁମାର,ଶ୍ରୀ ଶୁଭମ ଭୋଁସଲେ, କନ୍ଧ ମାଳ ଏସପି ରମେନ୍ଦ୍ର ପ୍ରସାଦ, ସମେତ ଅତିରିକ୍ତ ଜିଲ୍ଲାପାଳ ଭକ୍ତ ବନ୍ଧୁ ଯନାର୍ଦନ ଦଳେଇ,ମନୋଜ ସେଠି (ଡେପୁଟି ଅବକାରୀ କମିଶନର ), ସଂଜୀରାଜେନ୍ଦ୍ର ଗୋଛାୟତ ଦିଫୂ, ବୌଦ୍ଧ ବ ଶତପଥି (ଓପିଏସ ),ଶ୍ରୀ ବିଭୁତି ଭୂଷଣ ମହାପାତ୍ର(ଅତରିକ୍ତ ଏସ ପି, କନ୍ଧମାଳ ),ଅନିରୁଦ୍ଧ ପ୍ରଧାନ ବୌଦ୍ଧ (ଏ ଡ଼ି ଏମ ), ଶମ୍ଭୁନାଥ ନନ୍ଦୀ ସି ଡ଼ି ଓ କମ ଇ ଓ ଜେଡ ପି,ଘନଶ୍ୟାମ ମହନ୍ତ ଡ଼ିଏଫବାଲିଗୁଡା, ଶ୍ୱେତଲିନା ସାହୁ ଏ ସି ଏ ଏଫ ଫୁଲବାଣୀ,ଶାନ୍ତି ଲତା ମାରାଣ୍ଡି ,ଅବକାରୀ ଅଧିକ୍ଷକ ବୌଦ୍ଧ,ଓ କନ୍ଧମାଳ ସୁଶାନ୍ତ କୁମାର ପାଢ଼ୀ ଅଧିକ୍ଷକ ଅବକାରୀ କନ୍ଧମାଳ, ଓ ଶୁଭ୍ରଜିତ ବିଶ୍ୱାଳ (ଏସ ଡ଼ି ପିଓ) ଫୁଲବାଣୀ ଆୟୋଜିତ ନିଶାମୁକ୍ତି ସଭାରେ ଯୋଗ ଦେଇଥିଲେ! ତେବେ ଗିରଫ ବ୍ୟକ୍ତି ମାନେ ହେଲେ ପଞ୍ଚାନନ ବେହେରା (୫୫),ବିନାୟକ ବେହେରା( ୩୬),ପ୍ରଭାତ କୁମାର ବେହେରା (୩0) ଏବଂ ଏମାନେ ସବୁ କାକେନ୍ଦ୍ରୀ ଗ୍ରାମ, ବିଲାବାଡି ଜିପି ଓ ଖଜୁରୀପଡା ଥାନା ଅନ୍ତର୍ଗତ ବୋଲି କୁହାଯାଇଛି l

